Categories: ଖେଳ

ଟସ୍‌ ମୁଦ୍ରାକୁ ପକେଟ୍‌ରେ ରଖିଲେ ଏହି ଦଳର ଅଧିନାୟକ, ମାଗିଲେ ବି ଦେଲେ ନାହିଁ: ଜାଣନ୍ତୁ କାହିଁକି

ମୁମ୍ବାଇ,୧୬।୪: ଆଇପିଏଲର ଏହି ସିଜନରେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେଇଥିବା ସଞ୍ଜୁ ସାମସମ ତାଙ୍କ ଦଳକୁ ପ୍ରଥମ ବିଜୟ ପ୍ରଦାନ କରିଛି। ରାଜସ୍ଥାନ ନିଜ ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଏହି ଦଳ ପ୍ରତମ ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାବଠାରୁ ମାତ୍ର ୪ ରନରେ ପରାଜୟର ସମ୍ମୁଖୀନ ହୋଇଥିଲା। ଏପ୍ରିଲ ୧୨ରେ ରାଜସ୍ଥାନ ଏବଂ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚରେ ସାମସନଙ୍କ ପାଇଁ ଏକ ସ୍ମରଣୀୟ ଥିଲା। ତେବେ ମ୍ୟାଚ ପୂର୍ବରୁ ସାମସନ ଟସ ପଡିସାରିବା ପରେ ଟସ୍‌ମୁଦ୍ରାକୁ ନିଜ ପକେଟରେ ରଖିଥିଲେ ଏବଂ ରେଫରି ଏହା ମାଗିଥିଲେ ମଧ୍ୟ ତାହା ଦେବାକୁ ମନା କରିଦେଇଥିଲେ। ରେଫରିଙ୍କ ସମେତ ପଞ୍ଜାବ ଅଧିନାୟକ କେ.ଏଲ ରାହୁଲ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ ଏକ ବିଶେଷ କାରଣ ପାଇଁ ଏହା କରିଥିଲେ ।
ଏହ ସିଜିନରେ ସାମସନ ରାଜସ୍ଥାନର ଅଧିନାୟକ ଦାୟିତ୍ୱ ପାଇଥିଲେ। ତାଙ୍କ ପୂର୍ବରୁ ଷ୍ଟିଭ ସ୍ମିଥ ରାଜସ୍ଥାନ ଦଳର ନେତୃତ୍ୱ ନେଉଥିଲେ। କିନ୍ତୁ ନିଲାମ ପୂର୍ବରୁ ଫ୍ରାଞ୍ଚାଇଜି ତାଙ୍କୁ ମୁକ୍ତ କରି ସାମସନଙ୍କୁ ଦାୟିତ୍ୱ ଦେଇଥିଲେ। ସାମସନ ପ୍ରଥମଥର ଆଇପିଏଲରେ ଅଧିନାୟକ ଭାବରେ ପଡ଼ିଆରେ ଅବତରଣ କରିଥିଲେ ଏବଂ ସେ ଏହାକୁ ସର୍ବଦା ସ୍ମୃତି ଭାବରେ ରଖିବାକୁ ଚାହୁଁଥିଲେ। ଏହି କାରଣରୁ ଟସ ମୁଦ୍ରାକୁ ସାମସନ ଉଠାଇ ପକେଟରେ ରଖିଥିଲେ ଏବଂ ମଗାଯିବା ପରେ ମଧ୍ୟ ତାହା ଦେଇ ନ ଥିଲେ। ଏହି ବିଶେଷ ମ୍ୟାଚରେ ସେ ସ୍ମରଣୀୟ ଇନିଂସ ଖେଳିଥିଲେ ଏବଂ ମ୍ୟାନ ଅଫ ଦି ମ୍ୟାଚ ମଧ୍ୟ ହୋଇଥିଲେ। କିନ୍ତୁ ଦଳକୁ ଜିତାଇ ପାରି ନ ଥିଲେ।

Share