Posted inଖେଳ

ଟସ୍‌ ମୁଦ୍ରାକୁ ପକେଟ୍‌ରେ ରଖିଲେ ଏହି ଦଳର ଅଧିନାୟକ, ମାଗିଲେ ବି ଦେଲେ ନାହିଁ: ଜାଣନ୍ତୁ କାହିଁକି

ମୁମ୍ବାଇ,୧୬।୪: ଆଇପିଏଲର ଏହି ସିଜନରେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେଇଥିବା ସଞ୍ଜୁ ସାମସମ ତାଙ୍କ ଦଳକୁ ପ୍ରଥମ ବିଜୟ ପ୍ରଦାନ କରିଛି। ରାଜସ୍ଥାନ ନିଜ ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଏହି ଦଳ ପ୍ରତମ ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାବଠାରୁ ମାତ୍ର ୪ ରନରେ ପରାଜୟର ସମ୍ମୁଖୀନ ହୋଇଥିଲା। ଏପ୍ରିଲ ୧୨ରେ ରାଜସ୍ଥାନ ଏବଂ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚରେ ସାମସନଙ୍କ ପାଇଁ ଏକ ସ୍ମରଣୀୟ ଥିଲା। ତେବେ ମ୍ୟାଚ ପୂର୍ବରୁ ସାମସନ ଟସ ପଡିସାରିବା ପରେ ଟସ୍‌ମୁଦ୍ରାକୁ ନିଜ ପକେଟରେ ରଖିଥିଲେ ଏବଂ ରେଫରି ଏହା ମାଗିଥିଲେ ମଧ୍ୟ ତାହା ଦେବାକୁ ମନା କରିଦେଇଥିଲେ। ରେଫରିଙ୍କ ସମେତ ପଞ୍ଜାବ ଅଧିନାୟକ କେ.ଏଲ ରାହୁଲ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ ଏକ ବିଶେଷ କାରଣ ପାଇଁ ଏହା କରିଥିଲେ ।
ଏହ ସିଜିନରେ ସାମସନ ରାଜସ୍ଥାନର ଅଧିନାୟକ ଦାୟିତ୍ୱ ପାଇଥିଲେ। ତାଙ୍କ ପୂର୍ବରୁ ଷ୍ଟିଭ ସ୍ମିଥ ରାଜସ୍ଥାନ ଦଳର ନେତୃତ୍ୱ ନେଉଥିଲେ। କିନ୍ତୁ ନିଲାମ ପୂର୍ବରୁ ଫ୍ରାଞ୍ଚାଇଜି ତାଙ୍କୁ ମୁକ୍ତ କରି ସାମସନଙ୍କୁ ଦାୟିତ୍ୱ ଦେଇଥିଲେ। ସାମସନ ପ୍ରଥମଥର ଆଇପିଏଲରେ ଅଧିନାୟକ ଭାବରେ ପଡ଼ିଆରେ ଅବତରଣ କରିଥିଲେ ଏବଂ ସେ ଏହାକୁ ସର୍ବଦା ସ୍ମୃତି ଭାବରେ ରଖିବାକୁ ଚାହୁଁଥିଲେ। ଏହି କାରଣରୁ ଟସ ମୁଦ୍ରାକୁ ସାମସନ ଉଠାଇ ପକେଟରେ ରଖିଥିଲେ ଏବଂ ମଗାଯିବା ପରେ ମଧ୍ୟ ତାହା ଦେଇ ନ ଥିଲେ। ଏହି ବିଶେଷ ମ୍ୟାଚରେ ସେ ସ୍ମରଣୀୟ ଇନିଂସ ଖେଳିଥିଲେ ଏବଂ ମ୍ୟାନ ଅଫ ଦି ମ୍ୟାଚ ମଧ୍ୟ ହୋଇଥିଲେ। କିନ୍ତୁ ଦଳକୁ ଜିତାଇ ପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri