Posted inଖେଳ

ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ସହ ବିବାଦ: ସିଏସକେ ଆଗ୍ରହୀ, କିନ୍ତୁ ରହିଛି ଏହି ଅସୁବିଧା

ଚେନ୍ନାଇ,୮।୮: ରାଜସ୍ଥାନ ରୟାଲ୍ସ (ଆରଆର) ଅଧିନାୟକ ସଞ୍ଜୁ ସାମସନ ଏବଂ ଫ୍ରାଞ୍ଚାଇଜ ମଧ୍ୟରେ ଗଭୀର ମତଭେଦ ଦେଖାଦେଇଛି। ଆଇପିଏଲ ୨୦୨୫ରେ ଆଘାତ ଯୋଗୁଁ ସଞ୍ଜୁ ସମସ୍ତ ମ୍ୟାଚ୍‌ ଖେଳି ପାରିନଥିଲେ। ସୁସ୍ଥ ହେବା ପରେ ମଧ୍ୟ ସେ ଦଳୀୟ ବୈଠକରେ ଅଂଶଗ୍ରହଣ କରୁନଥିବା ରିପୋର୍ଟ ସାମ୍ନାକୁ ଆସିଥିଲା। ଆଇପିଏଲ ୨୦୨୫ରେ ରାଜସ୍ଥାନ ରୟାଲ୍ସ ପ୍ଲେ-ଅଫରେ ସ୍ଥାନ ପାଇ ନ ଥିବା ବେଳେ, ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ସଞ୍ଜୁ ଆରଆର ସହ ଆଗକୁ ଜାରି ରଖିବାକୁ ଚାହୁଁନାହାନ୍ତି।

ରିପୋର୍ଟ ଅନୁଯାୟୀ, “ସଞ୍ଜୁ ସାମସନ ଏବଂ ରାଜସ୍ଥାନ ରୟାଲ୍ସ ମ୍ୟାନେଜମେଣ୍ଟ ମଧ୍ୟରେ ଗଭୀର ମତଭେଦ ଦେଖାଦେଇଛି। ଏତେ ଯେ ଅଧିନାୟକ ସଞ୍ଜୁ ଔପଚାରିକ ଭାବେ ଟ୍ରେଡ ବା ନିଲାମ ପାଇଁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି।” ରିପୋର୍ଟରେ ଆହୁରି କୁହାଯାଇଛି, “ସଞ୍ଜୁଙ୍କ ପରିବାର ସଦସ୍ୟମାନେ ଖୋଲାଖୋଲି କହୁଛନ୍ତି ଯେ ସେ ଆରଆର ସହ ଜାରି ରଖିବାକୁ ଚାହୁଁନାହାନ୍ତି। ତାଙ୍କ ନିକଟତର କେତେକ ଆଇପିଏଲ ଓ ଆନ୍ତର୍ଜାତୀୟ ଖେଳାଳି ମଧ୍ୟ ସୂଚାଇଛନ୍ତି ଯେ ତାଙ୍କର ଫ୍ରାଞ୍ଚାଇଜ ସହ ସମ୍ପର୍କ ପୂର୍ବଭଳି ରହିନାହିଁ।”

ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସମେତ କେତେକ ଫ୍ରାଞ୍ଚାଇଜ ସଞ୍ଜୁଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ, କିନ୍ତୁ ଆରଆର ପାଇଁ ଗ୍ରହଣୀୟ କୌଣସି ପ୍ରସ୍ତାବ ସେମାନେ ଦେଇନାହାନ୍ତି। ସିଏସକେ ଟ୍ରେଡ-ଅଫ ପାଇଁ କୌଣସି ଖେଳାଳି ଛାଡ଼ିବାକୁ ପ୍ରସ୍ତୁତ ନାହିଁ। ଆଇପିଏଲ ନିୟମ ଅନୁଯାୟୀ, ଖେଳାଳିଙ୍କୁ ଟ୍ରେଡ ବା ମୁକ୍ତ କରିବାର ନିଷ୍ପତ୍ତି ଫ୍ରାଞ୍ଚାଇଜ ଉପରେ ନିର୍ଭର କରେ, ଖେଳାଳି ନିଜେ ଏକାକୀ ଦଳ ଛାଡ଼ିବା ନିଷ୍ପତ୍ତି ନେଇପାରିବେ ନାହିଁ। ଚୁକ୍ତି ଅନୁଯାୟୀ, ସଂଜୁ ୨୦୨୭ ପର୍ଯ୍ୟନ୍ତ ଆରଆରର ଖେଳାଳି ଅଛନ୍ତି। ରିପୋର୍ଟ ଅନୁଯାୟୀ, ସିଏସକେ ଅଧିକାରୀ କହିଛନ୍ତି, “ଆମର ଏକମାତ୍ର ବିକଳ୍ପ ହେଉଛି ନିଲାମରେ ସଞ୍ଜୁଙ୍କ ପାଇଁ ଚେଷ୍ଟା କରିବା, ଯଦି ସେ ମୁକ୍ତ ହୁଅନ୍ତି।”

କେରଳର ଏହି ଉଇକେଟକିପର-ବ୍ୟାଟର ସଞ୍ଜୁ ସାମସନ ୨୦୧୩ ଆଇପିଏଲରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ରାହୁଲ ଦ୍ରାବିଡ଼ଙ୍କ ମାର୍ଗଦର୍ଶନରେ ସେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ୨୦୧୯ ଆଇପିଏଲରେ ସଞ୍ଜୁ ୩୪୨ ରନ ଏବଂ ୨୦୨୦ରେ ୩୭୫ ରନ ସଂଗ୍ରହ କରିଥିଲେ। ୨୦୨୧ରେ ତାଙ୍କୁ ଆରଆରର ଅଧିନାୟକ ନିଯୁକ୍ତ କରାଯାଇଥିଲା। ଏହି ବିବାଦ ସଞ୍ଜୁଙ୍କ ଆଇପିଏଲ କ୍ୟାରିୟର ଏବଂ ରାଜସ୍ଥାନ ରୟାଲ୍ସ ସହ ତାଙ୍କ ଦୀର୍ଘଦିନୀୟ ସମ୍ପର୍କ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ଆଗାମୀ ନିଲାମ ବା ଟ୍ରେଡ ନିଷ୍ପତ୍ତି ଏହାର ଭବିଷ୍ୟତ ନିର୍ଦ୍ଧାରଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ତାଳମପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ, ବିଧାନସଭାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ

ଥୁଆମୂଳ ରାମପୁର,୧୫।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର…

ବ୍ୟବସାୟ କରିବାକୁ ଯାଉଥିଲେ, ସକାଳୁ ଘଟିଲା ବଡ଼ ଦୁର୍ଘଟଣା

ଭଞ୍ଜନଗର,୧୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଛକ ନିକଟରେ ରବିବାର ସକାଳେ ଏକ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଗୋପାଳ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ କମର୍ସିଆଲ LPG ସିଲିଣ୍ଡର…

ନୂଆଦିଲ୍‌ଲୀ,୧୫।୩: ରାଜ୍ୟ ସରକାର ଏଲପିଜି ସଙ୍କଟ ଭିତରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବାଣିଜି୍ୟକ ସିଲିଣ୍ଡର ବଣ୍ଟନ ପାଇଁ ଏକ ନୀତି ଜାରି କରିଛନ୍ତି। ଏହି ନୀତି…

ସ୍ତ୍ରୀ, ବୋହୂ ,ନାତୁଣୀଙ୍କୁ ହତ୍ୟା ଘଟଣା : ମେଡିକାଲରେ ଅଭିଯୁକ୍ତଙ୍କ ମୃତ୍ୟୁ 

ଦେବଗଡ଼,୧୫।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ସେ ବିଷ ଖାଇ ଗୁରୁତର ଥିବାରୁ ବୁର୍ଲା ମେଡିକାଲରେ …

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଆମେରିକା ସାମରିକ ଘାଟି ନିକଟରେ ଉ.କୋରିଆର ୧୦ ମିସାଇଲ ମାଡ଼, ଥରିଲେ ଟ୍ରମ୍ପ!

ସିଓଲ,୧୫ା୩: ଇରାନ୍‌ ଉପରେ ଆମେରିକାର ଘନ ଘନ ଆକ୍ରମଣ ଭିତରେ ଉତ୍ତର କୋରିଆ ପୂର୍ୱ ସାଗର ଉପକୂଳରେ ଆମେରିକାର ସେନା ଘାଟି ନିକଟରେ ୧୦ କ୍ଷେପଣାସ୍ତ୍ର ମାଡ଼…

ସେନା ପଠାଇଲା ଆମେରିକା, ଏବେ ବିଶ୍ୱଯୁଦ୍ଧ ଥୟ!

ଓ୍ୱାଶିଂଟନ୍‌ ,୧୫ା୩: ଇରାନ୍‌ର ଖାର୍ଗ ଦ୍ୱୀପ ଉପରେ ଆମେରିକାର ଆକ୍ରମଣ ପରେ ଇରାନ୍‌ ଆହୁରି ପ୍ରତିଶୋଧ ପରାୟଣ ହୋଇପଡ଼ିଛି। ପୂର୍ୱରୁ ଆମେରିକା ଉପରେ ପରୋକ୍ଷରେ ଚାପ ସୃଷ୍ଟି…

ଆଜିଠୁ ୪ ଦିନ ଝଡ଼ବର୍ଷା

ଭୁବନେଶ୍ୱର, ୧୫ା୩(ବନ୍ଦନା ସେଠୀ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଶନିବାର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡାରେ ସର୍ୱାଧିକ ତାପମାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri