ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି। ସାମସନ ତାଙ୍କ ସାଥୀ ଭାରତୀୟ କ୍ରିକେଟର ଜସପ୍ରିତ ବୁମ୍ରାଏବଂ ଦକ୍ଷିଣ ଆଫ୍ରିକାର କନୋର ଏଷ୍ଟରହୁଇଜେନଙ୍କୁ ପଛରେ ପକାଇ ଏହି ସମ୍ମାନ ହାସଲ କରିଛନ୍ତି। ଉଲ୍ଲେଖନୀୟ ଯେ, ୨୦୨୬ ଟି୨୦ ବିଶ୍ୱକପରେ କ୍ରମାଗତ ତିନୋଟି ଅର୍ଦ୍ଧଶତକ ହାସଲ କରି ସାମସନ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସାମସନଙ୍କୁ ଟି୨୦ ବିଶ୍ୱକପରେ ମଧ୍ୟ ପ୍ଲେୟାର ଅଫ ଦ ଟର୍ନାମେଣ୍ଟ ପୁରସ୍କାର ମଧ୍ୟ ଦିଆଯାଇଥିଲା।