ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ନଜର ଆସିବେ ସଞ୍ଜୁ ବାବା

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନକରାତ୍ମକ ଭୂମିକାକୁ ନେଇ ପୁଣିଥରେ ଫେରୁଛନ୍ତି। ଅଭିନେତା କେବଳ ବଲିଉଡରେ ନୁହେଁ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜର ଯାଦୁ ଦେଖାଇଛନ୍ତି। ଗତ ବର୍ଷ ସଞ୍ଜୟ ଦତ୍ତଙ୍କୁ ୟଶ ଷ୍ଟାରର ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର କେଜିଏଫ ୨ରେ ଏକ ନକରାତ୍ମକ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କର ଚରିତ୍ରକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହା ପରେ ସେ ଥଲପାଥି ବିଜୟଙ୍କ ମେଗାବଜେଟ ଫିଲ୍ମ ‘ଲିଓ’ରେ ସାଇନ କରିଥିଲେ, ଏହି ଚଳଚ୍ଚିତ୍ରରେ ତାଙ୍କୁ ଭିଲେନ ଭୂମିକାରେ ମଧ୍ୟ ଦେଖିବାକୁ ମିଳିବ। ଇତି ମଧ୍ୟରେ ବର୍ତ୍ତମାନ ଖବର ଆସୁଛି ଯେ ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କ ସହ ତାଙ୍କର ଆଉ ଏକ ଦକ୍ଷିଣ ଚଳଚ୍ଚିତ୍ର ଅଛି। କୁହାଯାଉଛି କି, ପ୍ରଭାସଙ୍କ ବିଗ୍‌ ବଜେଟ ତାଙ୍କୁ ଏକ ଭୂମିକା ପ୍ରଦାନ କରାଯାଇଛି। ହେଲେ ସେହି ଫିଲ୍ମରେ ତାଙ୍କୁ ନକାରାତ୍ମକ ଭୂମିକାରେ ଦେଖିବାକୁ ମିଳିବ କି ନାହିଁ ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ।

Share