ଅନ୍ଧବିଶ୍ୱାସ ଯୋଗୁ ସାରା ଜୀବନ ଅବିବାହିତ ରହିଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ସଞ୍ଜୀବ କୁମାର ଜଣେ ଅତୁଳନୀୟ ଅଭିନେତା ଥିଲେ। ୧୯୩୮ ମସିହା ଜୁଲାଇ ୯ରେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିବା ସଞ୍ଜୀବ ଜଣେ ଚମତ୍କାର କଳାକାର ତଥା ଅତି ଭଦ୍ର ବ୍ୟକ୍ତି ମଧ୍ୟ ଥିଲେ। ଶୋଲେ ଫିଲ୍ମରେ ଠାକୁରଙ୍କ ଚରିତ୍ର ପାଇଁ ସେ ସବୁବେଳେ ଅମର ହୋଇ ରହିବେ। ସେ ନୟା ଦିନ ନୟି ରାତ୍‌ ଫିଲ୍ମରେ ୯ଟି ଭୂମିକା ଅଭିନୟ କରିଥିଲେ। ଚେଷ୍ଟା ଚଳଚ୍ଚିତ୍ରରେ ସେ ଜଣେ ବଧିର ବ୍ୟକ୍ତିଙ୍କ ଭୂମିକାକୁ ଚମତ୍କାର ନିଭାଇଥିଲେ। ହୃଦରୋଗ ଯୋଗୁ ସେ ମାତ୍ର ୪୭ ବର୍ଷ ବୟସରେ ୧୯୮୫, ନଭେମ୍ବର ୬ରେ ଦୁନିଆକୁ ଅଲବିଦା କହିଥିଲେ।
ସଞ୍ଜୀବଙ୍କ ପ୍ରକୃତ ନାମ ଥିଲା ଜେଥାଲାଲ ଜରିୱାଲା। କିନ୍ତୁ ଅଧିକାଂଶ ଲୋକ ତାଙ୍କୁ ତାଙ୍କ ସ୍କ୍ରିନ ନାମରୁ ଜାଣିଛନ୍ତି। ଖୁବ କମ ଲୋକ ଜାଣନ୍ତି ଯେ ସଞ୍ଜୀବ କୁମାର କେବେ ବି ବିବାହ କରି ନ ଥିଲେ କିନ୍ତୁ ଅନେକ ଥର ପ୍ରେମରେ ପଡିଥିଲେ। ସଞ୍ଜୀବଙ୍କୁ ବଲିଉଡର ପ୍ରଥମ ରିଅଲ ଲାଇଫ ବ୍ୟାଚ୍‌ଲର୍‌ ମଧ୍ୟ କୁହାଯାଉଥିଲା। ଆଜିକାଲି ଏହି ଟାଇଟଲ ସଲମାନ ଖାନଙ୍କ ସହିତ ଅଛି। ସଞ୍ଜୀବ ମଧ୍ୟ ବାସ୍ତବ ଜୀବନରେ ଏକ ଅଦ୍ଭୁତ ଅନ୍ଧବିଶ୍ୱାସର ଶିକାର ହୋଇଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ ତାଙ୍କ ପରିବାରରେ ବଡ ପୁଅକୁ ୧୦ ବର୍ଷ ହେଲେ ପିତାଙ୍କର ମୃତ୍ୟୁ ହୁଏ। ସଞ୍ଜୀବଙ୍କ ଜେଜେବାପା, ପିତା ଏବଂ ଭାଇଙ୍କ ସହ ଏହା ଘଟିସାରିଥିଲା। ସଞ୍ଜୀବ ତାଙ୍କ ସ୍ବର୍ଗତ ଭାଇଙ୍କ ପୁଅକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ। କିନ୍ତୁ ତାଙ୍କର ମଧ୍ୟ ଦଶ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା। ଏଥିପାଇଁ ସେ ଜୀବନସାରା ଅବିବାହିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ବେଶରେ ସଂସଦ ଆସିଲେ ପପ୍ପୁ ଯାଦବ, ଦାନ ଦେଲେ ଏମପି

ପାଟନା,୩୧।୭: ବିହାର ପୁର୍ନିଆର ଏମପି ପପ୍ପୁ ଯାଦବ ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ସଂଗ୍ରହରେ କଥିତ ଅନିୟମିତତା ପ୍ରସଙ୍ଗକୁ ନେଇ ସଂସଦ ପରିସରରେ ପ୍ରତିବାଦ କରିଛନ୍ତି ।…

ବସ୍‌ ଷ୍ଟପ ଅଛି, ବସ୍‌ ଆସୁନାହିଁ: ମୁଖ୍ୟମନ୍ତ୍ରୀ ବସ୍‌ ସେବାରୁ ବଞ୍ଚିତ ଅଞ୍ଚଳବାସୀ

ଅମରପାଲି,୩୧ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସୀମାବର୍ତ୍ତୀ ଉପାନ୍ତ ଗ୍ରାମ ସାହାଜଲଥାରେ ସରକାରୀ ଖର୍ଚ୍ଚରେ ଯାତ୍ରୀ ପ୍ରତୀକ୍ଷାଳୟ (ବସ୍‌ ଷ୍ଟପ୍‌) ନିର୍ମାଣ ହୋଇଥିଲେ…

ଏହି କାମ କରି ସମସ୍ତଙ୍କ ହୃଦୟ ଜିତିଲେ କାର୍ତ୍ତିକ ଆର୍ଯ୍ୟନ: ମୁଖ୍ୟମନ୍ତ୍ରୀ କହିଲେ ବାଃ ବାଃ

ଆସାମରେ ଭୟଙ୍କର ବନ୍ୟା। ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡି ବିସ୍ଥାପିତ ହୋଇଛନ୍ତି। ଅନେକ ଲୋକଙ୍କ ଜୀବନ ଯାଇଛି ଏବଂ ପରିସ୍ଥିତି ଖରାପ ଆଡ଼କୁ ଗତି…

ରୋଟାରୀ କ୍ଲବର ଅଧିଷ୍ଠାନ, ଚାର୍ଟର ଦିବସ ପାଳିତ: ନୂଆ ସଭାପତି, ସମ୍ପାଦକ ଭାବେ ଦାୟିତ୍ୱ ନେଲେ…

ଛତ୍ରପୁର, ୩୧।୭(ଦିଲ୍ଲୀପ ସାମଲ /ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ଗୁରୁବାର କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି। ସଭାପତି ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱରେ…

‘ପରିବାରର ମୁଖ୍ୟ ପରି ଛାତ୍ରମାନଙ୍କ କଥା ଶୁଣିଥିଲେ ପ୍ରଧାନମନ୍ତ୍ରୀ ମୋଦି,’ ଆଣ୍ଟି ପେପର ଲିକ ବିଲକୁ ନେଇ ଏମିତି କହିଲେ ରାଘବ ଚଢା, ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୭: ରାଜ୍ୟ ସଭାରେ ସାଧାରଣ ପରୀକ୍ଷା (ଅନ୍ୟାୟ ନିବାରଣ) ସଂଶୋଧନ ବିଲ, 2026 ଉପରେ ଆଲୋଚନା ସମୟରେ, ଆମ ଆଦମୀ ପାର୍ଟିରୁ ଭାଜପାରେ ଯୋଗ ଦେଇଥିବା ସାଂସଦ…

ଫୁଲୁଛି ବିରୂପା, ନଦୀକୂଳିଆ ଗାଁ ଲୋକେ ଆତଙ୍କିତ

ଡେରାବିଶ,୩୧ା୭(ବେବର୍ତ୍ତା ଅଜୟ ଦାସ): ବିରୂପା ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଏହାକୁ ନେଇ ଡେରାବିଶ ବ୍ଲକ ଅଧିନ ବେଣିପୁର, ମଙ୍ଗଳପୁର ଓ ଛୋଟି ପଞ୍ଚାୟତର ନଦୀକୂଳିଆ ଅଧିବାସୀ…

ଓଡ଼ିଶା ପ୍ରଶାସନିକ ସେବାର ୬ ପ୍ରଶିକ୍ଷାର୍ଥୀଙ୍କ ପିକକ ଶିଶୁ ଅଧିକାର କାର୍ଯ୍ୟ ପରିଦର୍ଶନ, ପାଟଣା ବିଡ଼ିଓଙ୍କୁ ଭେଟି…

ପାଟଣା ୩୧।୭ (ବୀର କିଶୋର ଦାଶ) : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର -୨୦୨୩ ବ୍ୟାଚ ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ପ୍ରଶିକ୍ଷଣର ଅଂଶବିଶେଷ ଭାବେ ପିପୁଲସ କଲଚରାଲ ସେଣ୍ଟର(…

ପାକିସ୍ତାନ ଯିବେ ମୋଦି? ପ୍ରସ୍ତୁତି କଲାଣି ଇସଲାମାବାଦ! ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୩୧।୭: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ଶାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri