ଓଟିଟିରେ ରିଲିଜ ହେବ ସଞ୍ଜୟଙ୍କ ଏହି ଫିଲ୍ମ

ମୁମ୍ବାଇ: କରୋନା ଲକ୍‌ଡାଉନ ଯୋଗୁ ସମସ୍ତ ହଲ୍‌ ବନ୍ଦ ରହିଛି। ଫଳରେ ପ୍ରଯୋଜକମାନେ ଫିଲ୍ମ ରିଲିଜ୍‌ ପାଇଁ ଏବେ ଡିଜିଟାଲ ପ୍ଲାଟଫର୍ମକୁ ଚୟନ କରିଛନ୍ତି। ଏହି କ୍ରମରେ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ସଡକ-୨ର ଅପେକ୍ଷାରେ ରହିଥିବା ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଖୁବ୍‌ଶୀଘ୍ର ଓଟିଟି ପ୍ଲାଟଫର୍ମରେ ଫିଲ୍ମ ସଡକ-୨କୁ ରିଲିଜ୍‌ କରାଯିବ ବୋଲି ପ୍ରଯୋଜକ ମୁକେଶ ଭଟ୍ଟ ସୂଚନା ଦେଇଛନ୍ତି। ଏହି ଫିଲ୍ମ ଜୁଲାଇ ୧୦ରେ ହଲ୍‌ରେ ରିଲିଜ୍‌ ହେବାକୁ ଥିଲା କିନ୍ତୁ ବର୍ତ୍ତମାନ ଦେଶରେ ଜାରି ରହିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ସଡକ-୨ ହେଉଛି ୧୯୯୧ରେ ଆସିଥିବା ସଡକର ସିକ୍ୱେଲ। ଯେଉଁଥିରେ ବଲିଉଡ୍‌ ଅଭିନେତ୍ରୀ ପୂଜା ଭଟ୍ଟ ଓ ଅଭିନେତା ସଞ୍ଜୟ ଦତ୍ତଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ତେବେ ଏହି ସିକ୍ୱେଲରେ ସଞ୍ଜୟ ଦତ୍ତ, ପୂଜା ଭଟ୍ଟ, ଆଲିଆ ଭଟ୍ଟ ଓ ଆଦିତ୍ୟ ରୟ କପୁରଙ୍କ ଅଭିନୟର ଜାଦୁଗରି ଦେଖିବାକୁ ମିଳିଛି।

Share