Posted inଜାତୀୟ

୧୦ ଜୁନରେ ଉଦ୍ଧବଙ୍କ ସହ ବିଶ୍ୱାସଘାତ କରି ସଞ୍ଜୟ ଏନସିପିରେ ହେବେ ସାମିଲ: ନୀତୀଶ ରାଣେ…

ମୁମ୍ବାଇ,୭।୫ : ମହାରାଷ୍ଟ୍ରର ଭାରତୀୟ ଜନତା ପାର୍ଟି ବିଧାୟକ ନୀତୀଶ ରାଣେ ରବିବାର ଶିବସେନା ଉଦ୍ଧବ ଦଳର ରାଜ୍ୟସଭା ଏମପି ସଞ୍ଜୟ ରାଉତଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନୀତୀଶ ସଞ୍ଜୟଙ୍କ ତୁଳନା ସାପ ସହିତ କରିଛନ୍ତି। ସେ ଉଦ୍ଧବ ଠାକରେଙ୍କ ପ୍ରତି ବିଶ୍ୱାସଘାତକତା କରିବେ। ଏହା ସହିତ ସେ ମଧ୍ୟ ପୂର୍ବାନୁମାନ କରିଛନ୍ତି,ସଞ୍ଜୟ ୧୦ ଜୁନରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ରେ ଯୋଗଦେବାକୁ ଯାଉଛନ୍ତି।

ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ନୀତୀଶକହିଛନ୍ତି, ଆଗାମୀ ଦିନରେ ମହାରାଷ୍ଟ୍ର ରାଜନୀତିରେ ବହୁ ଓଲଟପାଲଟ ହେବାର ସମ୍ଭାବନା ରହିଛି। ସଞ୍ଜୟ ଏନସିପିରେ ଯୋଗଦେବେ। ସେ ଏହା ମଧ୍ୟ ଦାବି କରିଛନ୍ତି ସଞ୍ଜୟ ଅଜିତ ପାୱାରଙ୍କୁ ବିରୋଧ କରୁଛନ୍ତି। ଯଦି ଅଜିତ ଦଳ ଛାଡ଼ିବେ ତେବେ ସଞ୍ଜୟ ଏନସିପିରେ ଯୋଗଦେବେ।

ମୁଁ ପାଇଥିବା ସୂଚନା ଅନୁଯାୟୀ ସଞ୍ଜୟ ଶରଦ ପାୱାରଙ୍କୁ ଅନୁସରଣ କରୁଛନ୍ତି ଏବଂ ଖୁବ ଶୀଘ୍ର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। ସେ ଅତି ଶୀଘ୍ର ଏହି ନିଷ୍ପତ୍ତି ନେଇଛନ୍ତି। ସଞ୍ଜୟ ରାଉତ ସର୍ବଦା ଅଜିତ ପାୱାରଙ୍କୁ ବିରୋଧ କରିଆସୁଛନ୍ତି। ତେଣୁ ତାଙ୍କର କେବଳ ଗୋଟିଏ ସର୍ତ୍ତ ଅଛି, ଯଦି ଅଜିତ ଦଳ ଛାଡନ୍ତି, ତେବେ ସେ ଏନସିପିରେ ଯୋଗଦେବେ। ସଞ୍ଜୟ ରାଜନୈତିକ ଭାବେ ଉଦ୍ଧବ ଠାକରେଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି।

ସଞ୍ଜୟଙ୍କୁ ନିକଟ ଭବିଷ୍ୟତରେ ଏନସିପି ମଞ୍ଚରେ ଦେଖିବାକୁ ମିଳିବ। ଶରଦ ପାୱାରଙ୍କ ଇସ୍ତଫା ଉପରେ ବିରୋଧୀ ଦଳର ସମସ୍ତ ନେତା ଶରଦ ପାୱାରଙ୍କୁ ଭେଟି ଇସ୍ତଫା ନ ଦେବାକୁ କହିଥିଲେ। କିନ୍ତୁ ମୁଁ କୌଣସି ସ୍ଥାନରେ ପଢ଼ି ନାହିଁ କିମ୍ବା ଦେଖି ନାହିଁ, ଉଦ୍ଧବ ଠାକରେ ତାଙ୍କୁ ଡାକିଥିଲେ କିମ୍ବା ଇସ୍ତଫା ନ ଦେବାକୁ କହିଥିଲେ। ମୁଁ ଉଦ୍ଧବ ଠାକରେଙ୍କୁ କହିବାକୁ ଚାହେଁ, ସଞ୍ଜୟ ଏକ ସାପ।

ନୀତୀଶ ରାଣେଙ୍କ ଦାବି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆଦିତ୍ୟ ଠାକରେ କହିଛନ୍ତି ଭାଜପା ନେତାଙ୍କୁ ଏଭଳି ବିବୃତ୍ତି ଦେବା ପାଇଁ ଦରମା ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri