Posted inଖେଳ

କୋର୍ଟରେ ଚ୍ୟାଲେଞ୍ଜ କରିବେ ସଞ୍ଜୟ

ନୂଆଦିଲ୍ଲୀ,୨୮।୧୨: ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ନୂଆ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ ସୁଦ୍ଧା ବିବାଦ ହଟୁ ନାହିଁ। ଡବ୍ଲ୍ୟୁଏଫ୍‌ଆଇ ଏହାର ସମ୍ବିଧାନ ଅନୁସରଣ କରୁ ନ ଥିବା ଦର୍ଶାଇ କ୍ରୀଡ଼ା ମନ୍ତ୍ରଣାଳୟ ଏହାକୁ ସସ୍‌ପେଣ୍ଡ କରିଥିବା ବେଳେ ନବନିର୍ବାଚିତ ସଭାପତି ସଞ୍ଜୟ ସିଂ କୋର୍ଟରେ ଚ୍ୟାଲେଞ୍ଜ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ଡବ୍ଲ୍ୟୁଏଫ୍‌ଆଇ ୧୫ ବର୍ଷରୁ କମ୍‌ ଓ ୨୦ ବର୍ଷରୁ କମ୍‌ ଜାତୀୟ ଚାମ୍ପିୟନଶିପ୍‌ ଘୋଷଣା କରିବା ସହ କେତେକ ନିଷ୍ପତ୍ତି ନେଇଛନ୍ତି, ଯାହାକି ଏହାର ସମ୍ବିଧାନ ବାହାରେ। ଫଳତଃ କ୍ରୀଡ଼ା ମନ୍ତ୍ରଣାଳୟ ନବ ଗଠିତ ଡବ୍ଲ୍ୟୁଏଫ୍‌ଆଇକୁ ନିର୍ବାଚନର ୩ ଦିନ ପରେ ସସ୍‌ପେଣ୍ଡ କରିଛି।

ସଞ୍ଜୟ କହିଛନ୍ତି, ତାଙ୍କ ସ୍ବୟଂଶାସିତ ଏବଂ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସଂଘକୁ ସରକାର ବିନା ଶୁଣାଣିରେ ସସ୍‌ପେଣ୍ଡ କରିପାରିବେ ନାହିଁ। ନିର୍ବାଚନ ବେଳେ ଜମ୍ମୁ ଓ କଶ୍ମୀରର ଜଣେ ଅବରସପ୍ରାପ୍ତ ମୁଖ୍ୟ ବିଚାରପତି ରିଟର୍ନିଂ ଅଫିସର ଦାୟିତ୍ୱ ତୁଲାଇଥିଲେ। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଓ ୟୁଡବ୍ଲ୍ୟୁଡବ୍ଲୁୃ୍ୟ (ୟୁନାଇଟେଡ ଓ୍ବାଲର୍‌ଡ ରେସ୍‌ଲିଂ)ରୁ ଆସିଥିବା ପର୍ଯ୍ୟବେକ୍ଷକ ମଧ୍ୟ ଉପସ୍ଥିତ ଥିଲେ। ୨୫ଟି ରାଜ୍ୟ ଆସୋସିଏଶନ ମଧ୍ୟରୁ ୩ଟି ଅନୁପସ୍ଥିତ ରହିଥିଲେ। ନିର୍ବାଚନରେ ୨ଟି ରାଜ୍ୟ ୟୁନିଟ ଭାଗ ନେଇଥିଲେ। ସେ ୪୭ ଭୋଟ୍‌ରୁ ୪୦ ଭୋଟ ପାଇଁ ବିଜୟୀ ହୋଇଛନ୍ତି। ଏସବୁ ସତ୍ତ୍ୱେ ଯଦି ସେମାନଙ୍କୁ ସସ୍‌ପେଣ୍ଡ କରାଯାଏ ତେବେ ତାହା ଗ୍ରହଣଯୋଗ୍ୟ ନୁହେଁ। ସରକାର ଡବ୍ଲ୍ୟୁଏଫ୍‌ଆଇକୁ ସସ୍‌ପେଣ୍ଡ କରିବା ପୂର୍ବରୁ ଉପଯୁକ୍ତ ପ୍ରକ୍ରିୟା ପାଳନ କରିନାହାନ୍ତି ବୋଲି ସଞ୍ଜୟ ପାଲଟା ଜବାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri