Posted inଜାତୀୟ

ସଞ୍ଜୟ ଭାବୁଥିଲେ ଏମଭିଏ ମେଣ୍ଟ ୨୫ ବର୍ଷ ଚାଲିଥାନ୍ତା: ଅଜିତ ପାଓ୍ବାର…

ମୁମ୍ବାଇ,୧୯।୬ : ମହା ବିକାଶ ଆଗାଡି (ଏମଭିଏ) ରେ ସବୁକିଛି ଠିକ ଚାଲିନାହିଁ। ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଅଜିତ ପାୱାର ଏବଂ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଜାରି ରହିଛି। ଫଳରେ ମେଣ୍ଟର ଫାଟ ପଦାରେ ପଡ଼ିଛି। ପୁଣି ଥରେ ଏନସିପି ନେତା ଅଜିତ ପାୱାର ରାଉତଙ୍କ ବିବୃତ୍ତି ନେଇ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେତେବେଳେ ରାଜ୍ୟରେ ଉଦ୍ଧବ ଠାକରେଙ୍କ ସରକାର ଥିଲା ସେତେବେଳେ ସଞ୍ଜୟ ଭାବୁଥିଲେ ଏମଭିଏ ମିଳିତ ମେଣ୍ଟ ୨୫ ବର୍ଷ ପର୍ଯ୍ୟନ୍ତ ରହିବ। କିନ୍ତୁ, ବର୍ତ୍ତମାନ ସେମାନେ ନିଜ ସରକାର ଆଣିବାକୁ ଚାହୁଁଛନ୍ତି। ସ

ଞ୍ଜୟ ରାଉତ ଏକ ବିବୃତ୍ତି ଦେଇ କହିଥିଲେ ଯେପର୍ଯ୍ୟନ୍ତ ଏହା ଆମ ମନରେ ଅଛି, ସେପର୍ଯ୍ୟନ୍ତ ଆମେ ମହାବିକାଶ ଅଘାଡିରେ ରହିବୁ। ଅନ୍ୟଥା, ସେମାନେ ଗୈରିକ ଦଳ ଭାଜପା ମୁହାଁ ହେବେ। ବିରୋଧୀ ଦଳର ନେତା ଅଜିତ ପାୱାର ରାଉତଙ୍କ ବିବୃତ୍ତିରେ ଜବାବ ଦେଇଛନ୍ତି। ତାଙ୍କ ଦଳକୁ ଆଗକୁ ନେବାକୁ ସମସ୍ତଙ୍କର ଅଧିକାର ଅଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ସେମାନେ ଚାହୁଁଛନ୍ତି ନିଜ ସରକାର ଆଗକୁ ଆସନ୍ତୁ ତେବେ ଏଥିରେ କ’ଣ ଭୁଲ ଅଛି? ପ୍ରତ୍ୟେକ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଦଳ ଆଗକୁ ବଢୁଛି। ଆମର କିଛି କହିବାର ନାହିଁ। ଆମେ ସେମାନଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛୁ ।

ଆମେ ଏକାଠି ହୋଇଛୁ କାରଣ ଯଦି ଆଜି ଆମେ ଏକାଠି ନ ହେବୁ, ତେବେ ଆମେ ଭାଜପା ଏବଂ ମୁଖ୍ୟନ୍ତ୍ରୀ ଲଏକନାଥ ଶିନ୍ଦେଙ୍କ ଦଳ ସହିତ ଲଢ଼ିପାରିବୁ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

T20 World Cupରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ କଲେ ଶିମରନ ହେଟମାୟାର, ଭାଙ୍ଗିଲା କ୍ରିସ ଗେଲଙ୍କ ୧୬ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୬।୨: 2026 T20 World Cupର ଦ୍ୱିତୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଶିମରନ ହେଟମାୟାର କ୍ରିସ ଗେଲଙ୍କ ୧୬ ବର୍ଷର…

ମେକ୍ସ ପିକଅପରେ ଚାଲାଣ ବେଳେ ମାଡ଼ିବସିଲା ଅଡବା ପୋଲିସ, ପୁରୀକୁ ଭାଙ୍ଗ…

ମୋହନା,୭।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବେବେରୀ ଛକରୁ ୧୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ ଭାଙ୍ଗ ଜବତ କଲା ଅଡବା ପୋଲିସ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri