Categories: ଜାତୀୟ

ଜେଲରୁ ବାହାରକୁ ଆସିଲେ ସଞ୍ଜୟ ସିଂ, ରାଜ୍ୟ ସଭା ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ

ନୂଆଦିଲ୍ଲୀ,୮।୧: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂ ରାଜ୍ୟ ସଭା ପାଇଁ ପ୍ରାଥିପତ୍ର ଦାଖଲ କରିବାକୁ ଜେଲରୁ ବାହାରିଥିଲେ। ସେ ପୋଲିସ ଭ୍ୟାନରେ ସିଭିଲ ଲାଇନରେ ପହଞ୍ଚି ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ।

ସଞ୍ଜୟ ସିଂଙ୍କ ବ୍ୟତୀତ ପୂର୍ବତନ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ମଧ୍ୟ ଆମ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Share