ସାଉଥ୍‌ ଫିଲ୍ମକୁ ନେଇ ଏମିତି କହିଲେ ସଞ୍ଜୟ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ କିଏ ବା ନ ଜଣେ। ନିଜର ଦମ୍‌ଦାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ଏବେ କନ୍ନଡ ଫିଲ୍ମ କେଡିରେ ନଜର ଆସିବେ। ଏହାକୁ ପ୍ରେମ ନିର୍ଦ୍ଦୋନା ଦେଇଥିବା ବେଳେ ଫିଲ୍ମଟି କନ୍ନଡ ସମେତ ହିନ୍ଦୀ, ତାମିଲ, ତେଲୁଗୁ ଏବଂ ମାଲାୟାଲାମ ଭାଷାରେ ରିଲିଜ୍‌ ହେବ। ନିକଟରେ
ଫିଲ୍ମର ଟିଜର ରିଲିଜ୍‌ ହେବା ବେଳେ ସଞ୍ଜୟ ସାଉଥ୍‌ ଫିଲ୍ମ ବିଷୟରେ ଖୁଲାସା କରିଥିଲେ। ସେ କହିଥିଲେ ଯେ, ମୁଁ କେଜିଏଫରେ କାମ କରିଥିଲି ଏବଂ ବର୍ତ୍ତମାନ ନିର୍ଦ୍ଦେଶକ ପ୍ରେମଙ୍କ ଫିଲ୍ମ କେଡିରେ କାମ କରୁଛି। ଆଗକୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅଧିକ କାମ କରିବାକୁ ଯାଉଛି ବୋଲି ମୁଁ ଅନୁଭବ କରୁଛି। ସଞ୍ଜୟଙ୍କୁ ଶେଷରେ ରଣବୀର କପୁରଙ୍କ ସହ ଶମଶେରାରେ ଦେଖିବାକୁ ମିଳିଥିଲା। ହେଲେ ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରର୍ଦଶନ କରି ନଥିଲା। ଏହାସହ ଆହୁରି ମଧ୍ୟ କହିଛନ୍ତି ଯେ, ଦକ୍ଷିଣରେ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକରେ ମୁଁ ଉତ୍ସାହ, ପ୍ରେମ, ଶକ୍ତି ଏବଂ ବୀରତ୍ୱ ଦେଖୁଛି। ମୁଁ ଭାବୁଛି ମୁମ୍ବାଇରେ ତାହା ଶିଖିବା ଆବଶ୍ୟକ। ବଲିଉଡ ଏହାର ମୂଳ ଭୁଲିଯିବା ଉଚିତ ନୁହେଁ।

Share