Categories: ଜାତୀୟ

‘ଇଡି ସ୍ଥିର କରୁଛି କିଏ କେଉଁ ଦଳକୁ ଯିବ’ ଶରଦ ପାଓ୍ବାରଙ୍କ ବୟାନକୁ ଶିବଶେନା କହିଲା ଗୁରୁତ୍ୱପୂର୍ଣ୍ଣ

ମୁମ୍ବାଇ,୧୭।୮: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ଦଳର ଏମପି ସଞ୍ଜୟ ରାଉତ କହିଛନ୍ତି ନିର୍ବାଚନ କମିଶନ ଓ ସମସ୍ତ କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗ କରାଯାଉଛି। ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ କିଏ କେଉଁ ଦଳକୁ ଯିବେ ଏବଂ କିଏ ମନ୍ତ୍ରୀ ହେବେ ତାହା ଇଡି ସ୍ଥିର କରିଛି। ଏହା ପାୱାରଙ୍କର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୟାନ ବୋଲି କୁହାଯାଉଛି।
ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ ବୁଧବାର କହିଛନ୍ତି ଯେ ମହା ବିକାଶ ଆଘାଡି (ଏମଭିଏ) ଶକ୍ତିଶାଳୀ ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ଶରଦ ପାଓ୍ବାର କେବେବି ଭାଜପାରେ ସାମିଲ ହେବେ ନାହିଁ, ଏନସିପିର ଏକ ବୈଠକ ପରେ ଏଭଳି ଅନୁମାନ କରାଯାଉଛି। କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବିରାଜ ଚୌହାନ ଦାବି କରିଛନ୍ତି ଯେ ଅଜିତ ପାଓ୍ବାର ଶରଦଙ୍କୁ ଗତ ସପ୍ତାହରେ ହୋଇଥିବା ବୈଠକରେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେବାକଥା କହିଥିଲେ। ଅଜିତ ପାୱାରଙ୍କ ଉପରେ କଟାକ୍ଷ କରି କହିଥିଲେ ଯେ ସେ ଏତେବଡ ନେତା ନୁହେଁ ଯେ ଶରଦ ପାୱାରଙ୍କୁ ଅଫର ଦେବେ।

Share