Posted inଜାତୀୟ

ତୈଳ ଦର ୫୦ ଟଙ୍କା କମ କରିବାକୁ ହେଲେ ଭାଜପାକୁ ସମ୍ପୂର୍ଣ୍ଣ ରୂପେ ହରାଇବାକୁ ପଡିବ: ସଞ୍ଜୟ

ମୁମ୍ବାଇ,୪ ।୧୧: ଦେଶରେ ବୃଦ୍ଧି ପାଇ ଚାଲିଥିବା ତୈଳଦରକୁ କମ୍ କରିବାକୁ ଯାଇ ଶାସକ ଭରତୀୟ ଜନତା ପାର୍ଟି(ଭାଜପା) ସରକାର ଉତ୍ପାଦନ ଶୁଳ୍କ କମ୍ କରିବାର ଦ୍ୱିତୀୟ ଦିନରେ ଶିବସେନା ନେତା ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଉପ ନିର୍ବାଚନରେ ଭାଜପା ହାରିବା ପରେ ପେଟ୍ରୋଲ୍ ଦାମ୍ ୫ ଟଙ୍କା କମି ଯାଇଛି । ଯଦି ତୈଳ ଦର ୫୦ ଟଙ୍କାକୁ ଆଣିବାକୁ ଅଛି ତେବେ ଭାଜପା ସରକାରଙ୍କୁ ସମ୍ପୂର୍ଣ୍ଣ ଭାବେ ହରାଇବାର ଅଛି । ସୂଚନାଯୋଗ୍ୟ, ଦେଶରେ କିଛିଦିନ ହେବ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୦୦ଟଙ୍କା ଚାଲୁଥିବା ବେଳେ ଏହା ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଥିଲା । ବୁଧବାର କେନ୍ଦ୍ର ସରକାର ପେଟ୍ରୋଲରେ ଉତ୍ପାଦନ ଶୁଳ୍କ ୫ଟଙ୍କା ଓ ଡିଜେଲରେ ୧୦ ଟଙ୍କା କମ୍ କରିବା ପରେ କିଛି ରାଜ୍ୟରେ ତୈଳ ଦର ସାମାନ୍ୟ ଶସ୍ତା ହୋଇଛି । ଏବେ ଏହାକୁ ନେଇ ରାଜନୀତି ଜୋର ଧରିଲାଣି । ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ବୃଦ୍ଧା ପାଇ ଚାଲିଥିବା ତୈଳ ଦରକୁ ନେଇ ସତ ସାମ୍ନାକୁ ଆସିବା ଦରକାର ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ

ନୂଆଦିଲ୍ଲୀ,୧୧ା୭: ଜୁନ୍‌ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ଜେଇଇ ମେନ ସେସନ-୧ ପରୀକ୍ଷାର ରେଜଲ୍ଟ ସୋମବାର ପ୍ରକାଶ ପାଇଛି ।  ଏନ୍‌ଟିଏର ଅଫିସିଆଲ ଓ୍ବେବ୍‌ସାଇଟ୍‌ jeemain.nta.nic.inରେ...

ଭାରତରେ ଚାଇନା ବାଣ: ସତର୍କ ସୂଚନା ଜାରି

ନୂଆଦିଲ୍ଲୀ,୩୦।୯: ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଥିବାରୁ ଘାତକ ଚାଇନା ବାଣ ଭାରତ ପ୍ରବେଶ କରିଛି। ଏନେଇ ଡିଆରଆଇ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।...

ବଦଳିବ ମହାରାଷ୍ଟ୍ରର ଦୁଇ ସହରର ନାମ

ନୂଆଦିଲ୍ଲୀ,୨୫।୨: ଦୀର୍ଘ ଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ପରିସମାପ୍ତି ଘଟିଛି। ଔରଙ୍ଗାବାଦର ନା ବଦଳିବା ନେଇ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ବର୍ତ୍ତମାନ ମହାରାଷ୍ଟ୍ରର...

ନବନିର୍ବାଚିତ ବିଏସପି ଏମ୍‌ପିଙ୍କୁ ସୁରକ୍ଷା ଦେବାକୁ ମନାକଲେ ସୁପ୍ରିମକୋର୍ଟ

ଲକ୍ଷ୍ନୌ,୨୭।୫: ଜଣେ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ବିଏସପିର ନବନିର୍ବାଚିତ ଏମ୍‌ପି ଅତୁଲ ରାୟଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ ହୋଇଥିବା ଏକ ଆବେଦନ...

ଜାଲ୍‌ ଜାତି ପ୍ରମାଣପତ୍ର ବିରୋଧରେ ଉଲଗ୍ନ ପ୍ରତିବାଦ

ରାୟପୁର,୧୯।୭: ଛତିଶଗଡ଼ ରାଜଧାନୀ ରାୟପୁରରେ ମଙ୍ଗଳବାର ଜାଲ୍‌ ଜାତିଗତ ପ୍ରମାଣ ପତ୍ର ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର କେତେଜଣ ଉଲଗ୍ନ ହୋଇ ପ୍ରତିବାଦ...

୩୭୦ ଅନୁଚ୍ଛେଦ ଉଠିବା ୩୫ ହଜାର ଶହୀଦଙ୍କ ପ୍ରତି ପ୍ରକୃତ ଶଦ୍ଧାଞ୍ଜଳି

ଅହମ୍ମଦାବାଦ,୩୦।୯:କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋମାବାର ପୁଣି ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ନେଇ ମତ ରଖିଛନ୍ତି। ଅହମ୍ମଦାବାଦରେ ଆୟୋଜିତ ଆରଏଏଫର ୨୭ତମ ସ୍ଥାପନା...

ଭାଜପା ନବନିର୍ବାଚିତ ରାଜ୍ୟସଭା ଏମ୍‌ପି ଗୁରୁତର

ବେଙ୍ଗାଲୁରୁ,୧୭।୯- ନବର୍ନିବାଚିତ ରାଜ୍ୟସଭା ଏମ୍‌ପି ତଥା କର୍ନାଟକ ଭାଜପା ନେତା ଅଶୋକ ଗାସ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ମହାମାରୀ କରୋନାରେ ଅଶୋକ ଆକ୍ରାନ୍ତ ହେବା...

ମହିଳାଙ୍କୁ ଏନ୍‌ଡିଏ-ନାଭାଲ ଏକାଡେମୀରେ ସ୍ଥାୟୀ କମିଶନ…

ନୂଆଦିଲ୍ଲୀ,୮।୯: ଏନ୍‌ଡିଏ ଏବଂ ନାଭାଲ ଏକାଡେମୀରେ ମହିଳାମାନଙ୍କୁ ଏବେ ସ୍ଥାୟୀ କମିଶନ ମିଳି ପାରିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସୂଚନା ପ୍ରଦାନ କରାଯାଇଛି।...

Advertisement
Archives

Model This Week