Categories: ଜାତୀୟ

ଇଡି, ସିବିଆଇ ମାଧ୍ୟମରେ ନିର୍ବାଚନ ଜିତିବାକୁ ଚାହୁଁଛି ଭାଜପା: ସଞ୍ଜୟ

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ ଭାଜପା ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି ସେ କହିଛନ୍ତି, ଭାଜପା ୨୦୨୪ ସାଧାରଣ ନିର୍ବାଚନରେ ନିଜ ବିରୋଧୀଙ୍କ ଉପରେ ଇଡି, ସିବିଆଇ ଚଢାଉ କରି ଜିତିବାକୁ ଚାହୁଁଛି।

ସଞ୍ଜୟ କହିଛନ୍ତି, ବିରୋଧୀଙ୍କ ସ୍ବରକୁ ଦମନ କରିବା ପାଇଁ ସିବିଆଇ ଏବଂ ଇଡି ବର୍ତ୍ତମାନ ଏକ ମାଧ୍ୟମ ପାଲଟିଛି। ସେ ଦାବି କରିଛନ୍ତି ଯେ, ଭାଜପା ଇଡି ଏବଂ ସିବିଆଇର ଅପବ୍ୟବହାର କରୁଛି ବୋଲି ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି। ପ୍ରଥମେ ସେମାନେ ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀଙ୍କୁ ହଇରାଣ କରିଥିଲେ। ବର୍ତ୍ତମାନ ସେମାନେ ସଞ୍ଜୟ ସିଂଙ୍କୁ ହଇରାଣ କରୁଛନ୍ତି, କିନ୍ତୁ ଏଥିରୁ ସେମାନେ କିଛି ହାସଲ କରିପାରିବେ ନାହିଁ।

ଶିବସେନା ନେତା ଆହୁରି କହିଛନ୍ତି, ସଞ୍ଜୟ ସିଂ ଜଣେ ଏମ୍‌ପି ଏବଂ ସେ ଜଣେ ନିର୍ଭୀକ ବ୍ୟକ୍ତି। ତାଙ୍କ ଘରେ ଚଢାଉ କରାଯାଉଛି। ଆମ ଉପରେ ଚଢାଉ କରାଯାଉଛି, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଛତିଶଗଡ ଏବଂ ଝାଡଖଣ୍ଡରେ ଚଢାଉ ହୁଏ, କିନ୍ତୁ ଗୁଜରାଟ, ମଧ୍ୟପ୍ରଦେଶ, ଆସାମ ଏବଂ ଯେଉଁ ରାଜ୍ୟରେ ସେମାନେ କ୍ଷମତାରେ ଅଛନ୍ତି, ସେଠାରେ କାହିଁକି ଚଢାଉ କରାଯାଏନାହିଁ?

 

Share