Categories: ଜାତୀୟ

ୟୁପି ସରକାରଙ୍କ ଜନସଂଖ୍ୟା ନୀତିକୁ ସମର୍ଥନ କଲେ ସଞ୍ଜୟ

ମୁମ୍ବାଇ,୧୮ ।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିଛିଦିନ ପୂର୍ବରୁ ଉତ୍ତର ପ୍ରଦେଶ ଜନତସଂଖ୍ୟା ନୀତି ୨୦୨୧-୨୦୩୦ ଜାରି କରିଥିଲେ । ଏହି ସମୟରେ ସେ କହିଥିଲେ ଜନସଂଖ୍ୟା ବୃଦ୍ଧି ସମାଜରେ ଅସମାନତା ଓ ଅନ୍ୟ ସମସ୍ୟାର ମୂଳ କାରଣ । ସମାଜର ଉନ୍ନତି ପାଇଁ ଜନସଂଖ୍ୟା ନିୟନ୍ତ୍ରଣକୁ ପ୍ରାଥମିକତା ଦେବା ଦରକାର । ଏବେ ଶିସେନାର ପ୍ରବକ୍ତା ତଥା ସାଂସଦ ସଞ୍ଜୟ ରାଉତ ଉତ୍ତର ପ୍ରଦେଶ ସରକାରଙ୍କ ଏହି ଜନସଂଖ୍ୟା ନୀତିକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ତାଙ୍କ ଦଳ ଉତ୍ତର ପ୍ରଦେଶରେ ଲାଗୁ ହୋଇଥିବା ଜନସଂଖ୍ୟା ନୀତି ଉପରେ ବିଷ୍ଳେଷଣ କରିବ ଓ ପରେ ଏହାକୁ ରାଷ୍ଟ୍ରୀୟ ସ୍ତରରେ ଚର୍ଚ୍ଚା ପାଇଁ ବିଚାର କରିବ । ସଞ୍ଜୟ କହିଛନ୍ତି ଖାଲି ନିର୍ବାଚନକୁ ଆଖି ଆଗରେ ରଖି ଏହି ଜନସଂଖ୍ୟା ନୀତିକୁ ଜାରି କରାଯାଇ ନାହିଁ, ବରଂ ଉତ୍ତର ପ୍ରଦେଶ ଓ ବିହାରରେ ଅଧିକ ଜନସଂଖ୍ୟା ଅନ୍ୟରାଜ୍ୟରେ ପ୍ରଭାବ ପକାଉଛି । ଯୋଗୀ ପୂର୍ବରୁ ଏହି ନୀତିକୁ ନେଇ କହିଥିଲେ ଏହା କେବଳ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବ ତା’ନୁହେଁ ବରଂ ମାତୃ ଓ ଶିଶୁ ମୃତ୍ୟୁ ହାର କମ୍ କରିବ । ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଲାଗୁ ହୋଇଥିବା ଜନସଂଖ୍ୟା ନୀତି ଅଧାରରେ ଦୁଇରୁ ଅଧିକ ସନ୍ତାନ ଥିଲେ କୌଣସି ସରକାରୀ ସୁବିଧା ଦିଆଯିବ ନାହିଁ । ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ, ସରକାରୀ ଚାକିରି କରିପାରିବେ ନାହିଁ, ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସବସିଡି ବି ପାଇ ପାରିବେ ନାହିଁ ।

 

Share