Posted inଜାତୀୟ

ସଞ୍ଜୟ ମିଶ୍ରାଙ୍କୁ ଥଇଥାନ ମସୁଧା

ନୂଆଦିଲ୍ଲୀ,୨୪ା୮ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): କେନ୍ଦ୍ର ସରକାର ଭାରତର ମୁଖ୍ୟ ତଦନ୍ତ ଅଧିକାରୀ (ସିଆଇଓ) ନାମରେ ଏକ ନୂଆ ପଦବୀ ସୃଷ୍ଟି କରିବାକୁ ଯାଉଛନ୍ତି। ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଢାଞ୍ଚାରେ ସୃଷ୍ଟିହେବାକୁ ଥିବା ପ୍ରସ୍ତାବିତ ପଦବୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବିଦାୟୀ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରାଙ୍କୁ ଥଇଥାନ କରାଯାଇପାରେ ବୋଲି ଉଚ୍ଚସ୍ତରୀୟ ଆଲୋଚନାରୁ ଜଣାପଡ଼ିଛି। ୬୩ ବର୍ଷୀୟ ସଞ୍ଜୟ ହେଉଛନ୍ତି ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌)ର ସେହି ଅଧିକାରୀ, ଯାହାଙ୍କ ଲଗାତର କାର୍ଯ୍ୟକାଳ ବୃଦ୍ଧିକୁ ସୁପ୍ରିମକୋର୍ଟ ବେଆଇନ ଦର୍ଶାଇ ସେପ୍ଟେମ୍ବର ୧୫ ମଧ୍ୟରାତ୍ରି ସୁଦ୍ଧା ଇଡି ନିର୍ଦ୍ଦେଶକ ପଦବୀ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯେପରି ସିଡିଏସ୍‌ଙ୍କ ନିକଟରେ ୩ ସେନା ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ଠାରେ ୨ ଗୋଇନ୍ଦା ସଂସ୍ଥା ରିପୋର୍ଟ କରିଥାଆନ୍ତି, ଠିକ୍‌ ସେହିପରି ଭାରତର ମୁଖ୍ୟ ତଦନ୍ତ ଅଧିକାରୀ (ସିଆଇଓ)ଙ୍କ ନିକଟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟ ଉତ୍ତରଦାୟୀ ରହିବେ। ଇଡି ମୁଖ୍ୟତଃ ମନି ଲଣ୍ଡରିଂ ଏବଂ ବିଦେଶୀ ବିନିମୟ ପରିଚାଳନା ଆଇନ (ଏଫ୍‌ଇଏମ୍‌ଏ) ଉଲ୍ଲଂଘନ ଭଳି ଆର୍ଥିକ ଠକେଇର ତଦନ୍ତ କରୁଥିବାବେଳେ ସିବିଆଇ ଦୁର୍ନୀତି ଓ ଅନ୍ୟ ଅର୍ଥନୈତିକ ଅପରାଧ ମାମଲାଗୁଡ଼ିକରେ ମୁଣ୍ଡ ପୂରାଇଥାଏ। ଇଡି ଏବଂ ସିବିଆଇ ମୁଖ୍ୟଙ୍କ ଉପରେ ସୃଷ୍ଟି ହେବାକୁ ଥିବା ସିଆଇଓ ପଦବୀ ଏହି ଦୁଇ ଏଜେନ୍ସି ମଧ୍ୟରେ ଉପଯୁକ୍ତ ତାଳମେଳ ରଖିବାରେ ସକ୍ଷମ ହେବ ବୋଲି ସୂତ୍ରରୁ ପ୍ରକାଶ। ସୂତ୍ରରୁ ଆହୁରି ଜଣାପଡ଼ିଛି ଯେ, ନୂଆ ପଦବୀ ଭାରତ ସରକାରଙ୍କ ସଚିବ ପାହ୍ୟାର ରହିବ।

ଇଡିର ବିଦାୟୀ ମୁଖ୍ୟ ସଞ୍ଜୟ ମିଶ୍ରାଙ୍କୁ ଦେଶର ପ୍ରଥମ ସିଆଇଓ ନିଯୁକ୍ତ କରାଯିବ। ଆସନ୍ତା ସେପ୍ଟେମ୍ବର ୧୫ରେ ସେ ଅବସର ନେବା ପୂର୍ବରୁ ସିଆଇଓ ପଦବୀ ସୃଷ୍ଟି କରାଯାଇପାରେ ବୋଲି ଜଣାପଡ଼ିଛି। ସିବିଆଇ ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ବିଭାଗ ଏବଂ ଇଡି କାର୍ମିକ, ପେନ୍‌ସନ ଓ ସାଧାରଣ ଅଭିଯୋଗ ମନ୍ତ୍ରଣାଳୟ ଅଧୀନରେ ପୂର୍ବ ଭଳି କାର୍ଯ୍ୟ କରିବ। ତେବେ ଦୁଇ ଏଜେନ୍ସି ସିଆଇଓଙ୍କ ତତ୍ତ୍ୱାବଧାନରେ ରହିବ, ଯିଏକି ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ରିପୋର୍ଟ କରିବେ।

ସ୍ମରଣଯୋଗ୍ୟ, ସଞ୍ଜୟଙ୍କ କାର୍ଯ୍ୟକାଳ ତୃତୀୟ ଥର ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ଜୁଲାଇ ୨୭ରେ ଜଷ୍ଟିସ୍‌ ବି.ଆର୍‌. ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏନେଇ କେନ୍ଦ୍ରକୁ ଭର୍ତ୍ସନା କରିଥିଲେ। ସଞ୍ଜୟଙ୍କୁ ଛାଡ଼ିଦେଲେ ବିଭାଗରେ ଥିବା ସମସ୍ତ ଅଧିକାରୀ ଅଯୋଗ୍ୟ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଏଥିସହ ତାଙ୍କ କାର୍ଯ୍ୟକାଳ ଅକ୍ଟୋବର ୧୫ ପରିବର୍ତ୍ତେ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଦୟା କଲା ଭଳି ଅନୁମତି ଦେଇଥିଲେ। ଏହି ଅବଧି ବୃଦ୍ଧି ପରେ ଆଗକୁ ତାଙ୍କୁ ଅଧିକ ଦିନ ଚାକିରିରେ ରଖାଯାଇପାରିବ ନାହିଁ ଏବଂ ଏଥିପାଇଁ କୌଣସି ଆବେଦନକୁ ଗ୍ରହଣ କରାଯିବ ନାହିଁ ବୋଲି ଶୀର୍ଷ ଅଦାଲତ ସ୍ପଷ୍ଟ କରିଥିଲେ। ପୂର୍ବରୁ କେନ୍ଦ୍ର ପକ୍ଷରୁ ତାଙ୍କ କାର୍ଯ୍ୟକାଳ ୨ ଥର ବୃଦ୍ଧି କରାଯାଇଥିବାବେଳେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ଚଳିତ ବର୍ଷର ସମୀକ୍ଷା କରୁଥିବାରୁ ଏହି ସମୟରେ ସଞ୍ଜୟଙ୍କ ଅନୁପସ୍ଥିତି ଜାତୀୟ ସ୍ବାର୍ଥକୁ ଗଭୀର ପ୍ରଭାବିତ କରିବ ବୋଲି କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ। ଇଡି ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି. ରାଜୁ କହିଥିଲେ, ଏଫ୍‌ଏଟିଏଫ୍‌ର ଗ୍ରେ ଲିଷ୍ଟ୍‌ (ଧୂସର ତାଲିକା)ରେ ଭାରତକୁ ସ୍ଥାନିତ କରିବା ପାଇଁ କେତେକ ପଡ଼ୋଶୀ ରାଷ୍ଟ୍ର ଚାହୁଁଛନ୍ତି।

ତେଣୁ ଇଡି ମୁଖ୍ୟ ଭାବେ ସଞ୍ଜୟ ରହିବା ଜରୁରୀ। ୩ ଜଣିଆ ଖଣ୍ଡପୀଠ ଶୁଣାଣି ବେଳେ ସରକାରଙ୍କୁ ପ୍ରଶ୍ନ କରିଥିଲେ, ୧୪୦ କୋଟି ଭାରତୀୟଙ୍କ ମଧ୍ୟରୁ ଆମେ କ’ଣ କେବଳ ଜଣେ ଅଧିକାରୀଙ୍କ ଉପରେ ନିର୍ଭରଶୀଳ ହୋଇ ରହିବା? ତାଙ୍କ ବ୍ୟତୀତ ଇଡିରେ ଆଉ କେହି ଯୋଗ୍ୟ ଅଧିକାରୀ ନାହାନ୍ତି କି? ସମ୍ପୂର୍ଣ୍ଣ ବିଭାଗରେ କ’ଣ ସବୁ ଅଯୋଗ୍ୟ ଲୋକ ଭର୍ତ୍ତି ହୋଇଛନ୍ତି ବୋଲି ମେହେଟ୍ଟାଙ୍କୁ ଖଣ୍ଡପୀଠ ପଚାରିଥିଲେ। ତେଣୁ ସଞ୍ଜୟଙ୍କ ଅବସରକୁ ମାସେରୁ କମ୍‌ ସମୟ ବାକିଥିବାବେଳେ କେନ୍ଦ୍ର ସରକାର ତାଙ୍କ ପାଇଁ ନୂଆ ପଦବୀ ସୃଷ୍ଟି କରିବାକୁ ଯାଉଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

ଓଡ଼ିଶା ବିଧାନସଭା ଅଧିବେଶନ, ସୁନା ଖଣି ଚର୍ଚ୍ଚା

ଭୁବନେଶ୍ୱର,୧୯।୨: ଓଡ଼ିଶା ବିଧାନସଭାର ଚଳିତ ବଜେଟ୍ ଅଧିବେଶନରେ ପୁଣିଥରେ ରାଜ୍ୟର ସୁନା ଖଣି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଗୃହରେ ବଡମ୍ବା ବିଧାୟକ ବିଜୟ କୁମାର…

ପଦ୍ମପୁର ତହସିଲଦାରଙ୍କୁ ନିଲମ୍ବନ କଲେ ସରକାର

ବରଗଡ଼,୧୯ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri