ହିରାମଣ୍ଡି ପାଇଁ ପ୍ରସ୍ତୁତ ହେଉଛି ଦେଢ ଲକ୍ଷ ସ୍କୋୟାର ଫିଟର ସେଟ

ମୁମ୍ବାଇ: ସଞ୍ଜୟ ଲିଲା ଭଂସାଲି ବଲିଉଡର ଜଣେ ନାମୀଦାମୀ ଫିଲ୍ମମେକର। ସେ ତାଙ୍କ ଫିଲ୍ମ ଉପରେ ଖୁବ ଗୁରୁତ୍ୱ ଦେଇ କାମ କରିଥାଆନ୍ତି। ଫିଲ୍ମର କାହାଣୀଠାରୁ ଆରମ୍ଭ କରି କଳାକାର ଚୟନ ଏମିତିକି ଗ୍ରାଣ୍ଡ ସେଟସ୍‌ ଉପରେ ବି ତାଙ୍କର ଖୁବ ଫୋକସ ରହିଥାଏ। ଭଂସାଲିଙ୍କ ଏସବୁ କାମ ତାଙ୍କ ଫିଲ୍ମ ଆଡକୁ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଏବେ ଭଂସାଲି ତାଙ୍କ ଡ୍ରିମ ପ୍ରୋଜେକ୍ଟ ‘ହିରା ମଣ୍ଡି’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ଏହାକୁ ନେଇ ସେ ସମସ୍ତ ଦିଗ ଉପରେ ଗୁରୁତ୍ୱ ଦେଉଛନ୍ତି।

‘ହିରା ମଣ୍ଡି’ ନେଟଫ୍ଲିକ୍ସ ଅରିଜନାଲ ସିରିଜ, ଯାହା ଓଟିଟିକୁ ଭିନ୍ନ ଲେବଲକୁ ନେଇଯିବ। ଏଥିରେ ସ୍ବାଧିନତା ପୂର୍ବ ଭାରତରେ ପ୍ରେମ ଓ ଧୋକାର କାହାଣୀକୁ ଚିତ୍ରିତ କରାଯିବ। ସଞ୍ଜୟ ଲିଲା ଭଂସାଲି ତାଙ୍କର ଏହି ଡ୍ରିମ ପ୍ରୋଜେକ୍ଟକୁ ଭିନ୍ନ ଟଚ ଦେବେ, ଯାହା ସେ ତାଙ୍କ ଫିଲ୍ମରେ କରିଥାଆନ୍ତି। ‘ହିରାମଣ୍ଡି’ର ଆନାଉନ୍ସମେଣ୍ଟ ବେଶ କିଛିଦିନ ହେବ କରାଗଲାଣି। ହେଲେ ଏହା ଉପରେ କାମ ଏବେ ଆରମ୍ଭ ହୋଇଛି।
ଏଥିପାଇଁ ଭଂସାଲି ଓ ତାଙ୍କ ଟିମ ପୂରା ଦମ ଲଗାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ସିରିଜ ପାଇଁ ପ୍ରାୟ ୧ ଲକ୍ଷ ୬୦ ହଜାର ସ୍କୋୟାର ଫୁଟର ଏକ ବଡ ସେଟ ନିର୍ମାଣ କରାଯାଇଛି। ଭଂସାଲି ନିଜେ ଏହାର ଛୋଟ ଛୋଟ କଥା ଉପରେ ବି ଗୁରୁତ୍ୱ ଦେଉଛନ୍ତି।

Share