ତ୍ରିକୋଣୀୟ ପ୍ରେମରେ ଫସିଲେ ଆଲିଆ! ଲଢ଼ିବେ ରଣବୀର-ଭିକି

ମୁମ୍ବାଇ,୨୪।୧: ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଁଶାଳୀଙ୍କ ଆଗାମୀ ଫିଲ୍ମ ‘ଲଭ୍ ଆଣ୍ଡ ୱାର’ ରେ ଏକାଠି ନଜର ଆସିବେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଭିକି କୌଶାଲ। ଆଗରୁ ଏନେଇ ଆଲୋଚନା ହେଉଥିଲା ବେଳେ ଏବେ ଏହି ଖବର ନିଶ୍ଚିତ ହୋଇଛି। ବଡ଼ ଖବର ହେଉଛି ଏହି ଫିଲ୍ମର ଘୋଷଣା ସହ ଏହାର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି।

ନୂଆ ପିଢ଼ିର ରୋମାଣ୍ଟିକ କାହାଣୀ ‘ଲଭ୍ ଆଣ୍ଡ ୱାର’ ସଞ୍ଜୟ ଲୀଲା ଭଁଶାଲୀ ନିର୍ଦ୍ଦେଶନା ଦେବେ। ଭଁଶାଲୀ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ସେହି ନିର୍ଦ୍ଦେଶକ ଯିଏ କାହାର କ୍ୟାରିଅରକୁ ନୂଆ ଉଚ୍ଚତାରେ ପହଞ୍ଚାଇ ପାରିବେ। ଜଣେ ଅଭିନେତାଙ୍କଠାରୁ ସର୍ବୋତ୍ତମ ଅଭିନୟ କିପରି ପାଇବେ ସେଥିପାଇଁ ତାଙ୍କର ଉଦାହରଣ ଦିଆଯାଏ।

‘ଲଭ୍ ଆଣ୍ଡ ୱାର’ ୨୦୨୫ କ୍ରିସମାସ୍ ଅବସରରେ ଡିସେମ୍ବର ୨୫ରେ ସିନେମାଘରକୁ ଆସିବ। ବୁଧବାର ଭିକି କୌଶାଲ ଇନଷ୍ଟାଗ୍ରାମରେ ଏହି ଫିଲ୍ମର ପୋଷ୍ଟର ଶେୟାର କରିଥିଲା ବେଳେ କମେଣ୍ଟ ବକ୍ସରେ ପ୍ରଶଂସକମାନେ ସେମାନଙ୍କର ଖୁସି ବ୍ୟକ୍ତ କରିଛନ୍ତି। ଅନେକ କାଟ୍ରିନାଙ୍କୁ ମଧ୍ୟ ଏହି ଫିଲ୍ମରେ ସାମିଲ କରିବା ନେଇ ଆଶା ପ୍ରକାଶ କରିଛନ୍ତି।

ସଞ୍ଜୟ ଲୀଲା ଭଁଶାଲୀଙ୍କ ସହ ରଣବୀର କପୁର ଏବଂ ସହ ଆଲିଆ ଭଟ୍ଟଙ୍କ ଦ୍ୱିତୀୟ ଫିଲ୍ମ ହେବ। ଏଥି ସହିତ ବିକି କୌଶଲ ପ୍ରଥମ ଥର ପାଇଁ ଭଁଶାଲୀଙ୍କ ସହ ହାତ ମିଳାଉଛନ୍ତି। ରଣବୀର ଭଁଶାଲୀଙ୍କ ଫିଲ୍ମ ‘ସାୱାରିଆ’ରୁ କ୍ୟାରିୟର ଆରମ୍ଭ କରିଥିଲେ। ଗାଙ୍ଗୁବାଇ ଚଳଚ୍ଚିତ୍ରରେ ଆଲିଆ ତାଙ୍କର ଅଭିନୟ ଶକ୍ତି ପ୍ରମାଣ କରିଥିଲେ। ନିକଟରେ ବିକି କୌଶଲ ମଧ୍ୟ ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, ଯାହା ବର୍ତ୍ତମାନ ପୂରଣ ହେବାକୁ ଲାଗୁଛି। ବିକିଙ୍କର ଶେଷ ଫିଲ୍ମ ଥିଲା ‘ସାମ ବାହାଦୂର’, ଯାହା ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri