Categories: ଜାତୀୟ

ସଞ୍ଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ,୪।୬: ଆଇନଜୀବୀ ସଞ୍ଜୟ କୁମାର ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବିଧାନର ଅନୁଚ୍ଛେଦ ୨୧୭ ଅନ୍ତର୍ଗତ ଧାରା ୧ର କ୍ଷମତା ବଳରେ ଏହି ନିଯୁକ୍ତି ଦେଇଛନ୍ତି। ଓଡ଼ିଶା ସମେତ ପାଟନା ଏବଂ ରାଜସ୍ଥାନ ହାଇକୋର୍ଟର ୫ ବିଚାରପତିଙ୍କ ନିଯୁକ୍ତି ସମ୍ପର୍କରେ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ୪ ଜଣ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବା ପ୍ରସ୍ତାବକୁ ଗତ ଜାନୁୟାରୀରେ ସୁପ୍ରିମକୋର୍ଟ କଲେଜିୟମ ଗ୍ରହଣ କରିଥିଲେ। ୧୯୯୦ରେ ଏମ୍‌.ଏସ୍‌. ଲ’ କଲେଜରୁ ଏଲ୍‌ଏଲ୍‌ବି ପାସ୍‌ କରିବା ପରେ ସଞ୍ଜୟ ଜଣେ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଓଡ଼ିଶା ହାଇକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି।

Share