Categories: ଜାତୀୟ

ଷ୍ଟାଡିୟମରେ କୁକୁର ବୁଲାଇବା ଘଟଣାରେ ଆଇଏଏସ୍ ସଞ୍ଜିବ ଖିରୱାରଙ୍କୁ ପଠାଗଲା ଲଦ୍ଦାଖ, ପତ୍ନୀ ଯିବେ ଅରୁଣାଚଳ ପ୍ରଦେଶ

ନୂଆଦିଲ୍ଲୀ,୨୭ ।୫: ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ କୁକୁର ବୁଲାଇବା ଘଟଣାରେ ଆଇଏଏସ ପତ୍ନୀ-ପତିଙ୍କୁ ଗୁରୁବାର ସନ୍ଧ୍ୟାରେ ଟ୍ରାନ୍ସଫର କରାଯାଇଛି । ଆଇଏଏସ୍ ସଞ୍ଜିବ ଖିରୱାରଙ୍କୁ ଉଦ୍ଦାଖ ଓ ତାଙ୍କ ପତ୍ନୀ ରିଙ୍କୁ ଦୁଗ୍‌ଗାଙ୍କୁ ଅରୁଣାଚଳ ପ୍ରଦେଶ ବଦଳି କରାଯାଇଛି । ଏ ସମ୍ପର୍କରେ ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ସଚିବ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଏହି ରିପୋର୍ଟ ଆଧାରରେ ଏମାନଙ୍କୁ ବଦଳି କରାଯାଇଛି ।
ସୂଚନାଯୋଗ୍ୟ, ଜଣେ କୋଚ ଦାବି କରିଥିଲେ ଯେ ପ୍ରଥମେ ସେ ରାତି ୮ଟା ସାଢେ ୮ଟା ପର୍ଯ୍ୟନ୍ତ ଟ୍ରେନିଂ କରୁଥିଲେ । ହେଲେ ଏବେ ତାଙ୍କୁ ୭ଟା ସୁଦ୍ଧା ଗ୍ରାଉଣ୍ଡ ଖାଲି କରିବାକୁ କୁହାଯାଇଥିଲା । ଫଳରେ ଆଇଏଏସ ତାଙ୍କ କୁକର ସହ ସେଠାରେ ବୁଲିପାରିବେ । କୋଚ କହିଛନ୍ତି ଏହା ଫଳରେ ତାଙ୍କ ଟ୍ରେନିଂ ଓ ପ୍ରାକ୍ଟିସରେ ବାଧା ଉପୁଜୁଥିଲା । ଏବେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିରଣ ବେଦୀ । ସେ କହିଛନ୍ତି, ଯଦି ଆଇଏଏସ ଷ୍ଟାଡିୟମରେ କୁକୁର ବୁଲାଇବା ଘଟଣା ସତ ପ୍ରମାଣିତ ହେଲା ତେବେ ତାଙ୍କୁ ଦ୍ୱିତୀୟ କେନ୍ଦ୍ର ଶାସିତ ଅଞ୍ଚଳ କାହିଁକି ପଠାଗଲା । ସବୁ ପ୍ରମାଣ ଆସିବା ପର୍ଯ୍ୟନ୍ତ ତାଙ୍କୁ କାହିଁକି ଛୁଟି ଦିଆଗଲା ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଭାରତୀୟ ସିଭିଲ ସର୍ଭିସ ପଦ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ପାଇଁ ହୋଇଥାଏ ।

Share