Categories: ଜାତୀୟ

ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ସଞ୍ଜୟ…

ମୁମ୍ବାଇ, ୫।୯ : ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ସୋମବାର ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପାତ୍ରା ଚାଲ ସ୍କାମ ମାମଲାରେ ଗତ ମାସରେ ରାଉତଙ୍କୁ ଗିରଫ କରାଯାଇଥିଲା।

ଏହାପୂର୍ବରୁ ଅଗଷ୍ଟ ୨୧ ରେ କୋର୍ଟ ତାଙ୍କ ହେପାଜତକୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ମୁମ୍ବାଇ ଉପାନ୍ତ ଗୋରେଗାଓଁରେ ଅବସ୍ଥିତ ପାତ୍ରା ଚାଲ ଜମିରେ ନିର୍ମିତ ଫ୍ଲାଟ ବଦଳରେ ନୂତନ ଗୃହ ନିର୍ମାଣରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ପରେ ଇଡ଼ି ପକ୍ଷରୁ ଯାଞ୍ଚ୍‌ ଆରମ୍ଭ ହୋଇଥିଲା।

ରାଉତ କହିଛନ୍ତି ଯେ ଇଡି ତାଙ୍କୁ ଏହି ମାମଲାରେ ମିଥ୍ୟାରେ ହଇରାଣ କରୁଛି। ସେ କିଛି ଭୁଲ କରିନାହାଁନ୍ତି।

Share