ବିବାଦୀୟ ବାର ଡ୍ୟାନ୍ସର ସ୍ୱିଟିଙ୍କ ବାୟୋପିକ୍ ନିର୍ମାଣ କରିବେ ସଞ୍ଜୟ ଗୁପ୍ତା!

ମୁମ୍ବାଇ: ଫରଦିନ ଖାଁ ଓ ରିତେଶ ଦେଶମୁଖଙ୍କ ଅଭିନୀତ ଫିଲ୍ମ ‘ବିସ୍ଫୋଟ’ର କାମ ଶେଷ ହେବା ପରେ ଏବେ ସଞ୍ଜୟ ଗୁପ୍ତା ଆଉ ଏକ ଫିଲ୍ମ ନିର୍ମାଣ କରିବାକୁ ସଜବାଜ ହେଉଥିବା ଶୁଣିବାକୁ ମିଳିଛି । ଏହା ହେଉଛି ମୁମ୍ବାଇର ଟୋପାଜ ବାରରେ ଭାରତର ସବୁଠାରୁ ନାଁ କରା ତଥା ବିବାଦୀୟ ବାର ଡ୍ୟାନ୍ସର ସ୍ୱିଟିଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ କରିବାକୁ ଯାଉଛନ୍ତି । ଟୋପାଜ ଏହାର ଟାଇଟଲ ରଖିବାକୁ ସ୍ଥିର କରାଯାଇଥିବା ବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେବେ ସମିତ କକ୍କଡ । ଆସନ୍ତା ବର୍ଷ ଏହା ଶେଷ ହେବ । ଏବେ ଫିଲ୍ମର କାଷ୍ଟିଂ ଚାଲିଥିବା ବେଳେ ଏହା ମୁମ୍ବାଇର ଆଖାପାଖ ସ୍ଥାନରେ ଶୁଟିଂ କରାଯିବ ।
ହ୍ୱାଇଟ ଫେଦର ଫିଲ୍ମସ୍ ଏହାର ନିର୍ମାଣ କରୁଛି । ସଞ୍ଜୟ ଗୁପ୍ତା କହିଛନ୍ତି ଏବେ ଏହି ଫିଲ୍ମ ନିର୍ମାଣ କରିବାର ଠିକ୍ ସମୟ ଆସିଛି । କରୋନା ମହାମାରୀ କାରଣରୁ ଆମେ ଅନେକ ସମୟ ହରାଇ ବସିଛୁ । ଅଧିକ କାମ ବି କରିପାରିନୁ, ହେଲେ ଏବେ ଆମେ ଆଉ ଅଟକିବୁ ନାହିଁ । ବିବାଦୀୟ ବାର ଡ୍ୟାନ୍ସରଙ୍କ ଜୀବନ ମୁମ୍ବାଇ ଇତିହାସରେ ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟ । ଫିଲ୍ମକୁ ନେଇ ସଞ୍ଜୟ ଗୁପ୍ତା କହିଛନ୍ତି ସ୍ୱିଟିଙ୍କ ଜୀବନ କାହାଣୀ ମୁମ୍ବାଇ ଇତିହାସରେ ଏକ ସମ୍ମୋହକ ଅଧ୍ୟାୟ । ଏହା ଜୀବନଠାରୁ ବଡ, ବିବାଦସ୍ପଦ, ରଙ୍ଗିନ ଓ ରୋମାଞ୍ଚକର । ଏଥିପାଇଁ ମୁଁ ଏହି ବାୟୋପିକ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିଛି ବୋଲି ସଞ୍ଜୟ କହିଛନ୍ତି । ଗତ ଦୁଇ ବର୍ଷ ହେଲା ଏହାକୁ ନେଇ ଯେଉଁ ପଟ୍ଟକଥା ପ୍ରସ୍ତୁତ କରାଯାଇଛି, ଏହାକୁ ଦେଖିଲେ ମୁଁ ଅନୁଭବ କରୁଛି ଦର୍ଶକ ଏହାକୁ ସେମାନଙ୍କ ସମୟର ଷ୍ଟୋରୀ ବୋଲି ଅନୁଭବ କରିବେ । ନିର୍ଦ୍ଦେଶକ ସମିତ କହିଛନ୍ତି, ମୋତେ ସ୍ୱିଟିଙ୍କ ନିକଟତର ହେବାକୁ ସୁଯୋଗ ମିଳିଥିଲା । ମୁଁ ତାଙ୍କୁ ବାରରେ ନାଚୁଥିବା ଦେଖିଛି, ତାଙ୍କ ପରଫରମାନ୍ସ ଆଗରେ ଲୋକେ ଦୁର୍ବଳ ହୋଇଯିବା ମୁଁ ଦେଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri