କାଜୁ ଜଙ୍ଗଲରେ ଝୁଲିପଡ଼ିଲେ ସଞ୍ଜୟ: ବଢୁଛି ସନ୍ଦେହ

ମହାକାଳପଡ଼ା,୨୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ପିତାପାଟ ଚୌଧୁରୀ କାଜୁ ଜଙ୍ଗଲରେ ଜଣେ ଯୁବକ ଗୁରୁବାର ବିଳମ୍ବିତ ରାତିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସଞ୍ଜୟ ମଣ୍ଡଳ(୨୬)। ବାପା ଗୌର ମଣ୍ଡଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ଅପମୃତ୍ୟୁ ମାମଲା (ନଂ. ୮/୨୪ ) ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପାରିବାରିକ କଳହରୁ ଏଭଳି ଘଟିଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି।

 

Dharitri – Odisha’s No.1 Odia Daily

 

Share