କ୍ୟାନସର୍‌ ଲଢେଇ ଜିତିଲେ ସଞ୍ଜୟ ଦତ୍ତ

ବଲିଉଡର ଅଭିନେତା ସଞ୍ଜୟ ଦତ୍ତ କ୍ୟାନସର୍‌ ଲଢେଇ ଜିତିଛନ୍ତି। ଏନେଇ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି କଷ୍ଟ ସମୟରେ ତାଙ୍କ ସହ ଛିଡା ହୋଇଥିବା ତାଙ୍କ ପରିବାର, ବନ୍ଧୁ ଏବଂ ସମସ୍ତ ପ୍ରଶଂସକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, ଗତ କିଛି ସପ୍ତାହ ମୋ ଏବଂ ମୋ ପରିବାର ପାଇଁ ବହୁତ କଷ୍ଟସାଧ୍ୟ ଥିଲା। କିନ୍ତୁ ଯେପରି କୁହାଯାଏ ଯେ ଭଗବାନ ସବୁଠୁ କଠିନ ଲଢେଇ ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ଦେଇଥାନ୍ତି ଏବଂ ଆଜି ମୁଁ ଏହି ଯୁଦ୍ଧରେ ଜିତି ମୋ ପୁଅର ଜନ୍ମଦିନରେ ତାକୁ ବଡ ଉପହାର ଦେଇଛି। ତୁମ ସମସ୍ତଙ୍କ ସମର୍ଥନ ବିନା ଏହା ସମ୍ଭବ ହୋଇ ନ ଥାନ୍ତା। ମୁଁ ମୋ ପରିବାର, ବନ୍ଧୁ ଏବଂ ମୋର ସମସ୍ତ ପ୍ରଶଂସକଙ୍କୁ ଗଭୀର କୃତଜ୍ଞତା ଜଣାଉଛି। ତୁମେ ମୋତେ ଦେଇଥିବା ଭଲପାଇବା, ଦୟା ଏବଂ ଅପାର ଆଶୀର୍ବାଦ ପାଇଁ ଧନ୍ୟବାଦ। ସେ ଆହୁରି ମଧ୍ୟ ଲେଖିଛନ୍ତି, ଗତ କିଛି ସପ୍ତାହ ମଧ୍ୟରେ ମୋର ଯତ୍ନ ନେଉଥିବା ଡାକ୍ତର, ନର୍ସ ଏବଂ କୋକିଲାବେନ ହସ୍ପିଟାଲର ଅନ୍ୟ ଡାକ୍ତରୀ କର୍ମଚାରୀଙ୍କୁ ମୁଁ ବିଶେଷ ଧନ୍ୟବାଦ ଦେଉଛି। ମୁଁ ନମ୍ର ଓ କୃତଜ୍ଞ। ସଞ୍ଜୟ ଦତ୍ତଙ୍କ ଫୁସଫୁସ କ୍ୟାନ୍‌ସର୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ।

Share