‘କେଜିଏଫ୍‌-୨’ପରେ ଧନୁଷଙ୍କ ଫିଲ୍ମରେ ପୁଣି ଖଳନାୟକ ହେବେ ସଞ୍ଜୟ ଦତ୍ତ

ମୁମ୍ବାଇ: ସାଉଥ୍‌ରୁ ବଲିଉଡ ଚଳଚ୍ଚିତ୍ରରେ ଚମତ୍କାର ପ୍ରଦର୍ଶନ ସହିତ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଧନୁଷ ‘ଗ୍ରେ ମ୍ୟାନ’ ଏବଂ ’ନାନେ ବାରୁବେନ’ ଭଳି ବ୍ୟାକ୍‌ ଟୁ ବ୍ୟାକ୍‌ ସୁପରହିଟ ଫିଲ୍ମରେ ଅଭିନୟ କରିଛନ୍ତି। ‘କ୍ୟାପଟେନ ମିଲର୍‌’, ‘ଗ୍ରେ ମ୍ୟାନ ୨’ ଏବଂ ‘ବାଥୀ’ ତାଙ୍କର ଆଗାମୀ ବଡ ବଜେଟ୍‌ ଅପକମିଙ୍ଗ୍‌ ଫିଲ୍ମ। ଏହା ବ୍ୟତୀତ ଅଭିନେତାଙ୍କୁ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ଶେଖର କମ୍ମୁୁଲାଙ୍କ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ। ହେଲେ ଏହ ଫିଲ୍ମର ଟାଇଟଲ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, କିନ୍ତୁ ଖବର ଆସୁଛି ଯେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ତାଙ୍କ ସହିତ ଏକ ଶକ୍ତିଶାଳୀ ଚରିତ୍ରରେ ଦେଖିବାକୁ ମିଳିବ।
ରିପୋର୍ଟ ଅନୁଯାୟୀ, ଧନୁଷଙ୍କ ପରବର୍ତ୍ତୀ ଫିଲ୍ମରେ ସଞ୍ଜୟ ଦତ୍ତଙ୍କୁ ନକାରାତ୍ମକ ଭୂମିକାରେ ନଜର ଆସିବେ। ଏହାପୂର୍ବରୁ ସଞ୍ଜୟ ଦତ୍ତ ୟଶ ଷ୍ଟାରର ଫିଲ୍ମ ‘କେଜିଏଫ୍‌-୨’ରେ ନକାରାତ୍ମକ ଭୂମିକାରେ ଅଭିନୟ କରିଥିଲେ। ଯାହାକୁ ଦର୍ଶକମାନେ ବହୁତ ପ୍ରଶଂସା କରିଥିଲେ। ଏହି ଭୂମିକା ପାଇଁ ଅଭିନେତା ୧୦ କୋଟି ଟଙ୍କା ନେଇଥିବା ଜଣାପଡିଛି। ତେବେ ଧନୁଷଙ୍କ ଆଗାମୀ ଫିଲ୍ମକୁ ନେଇ ନିର୍ମାତା ଅଫିସିଆଲ ଘୋଷଣା କରିନାହାନ୍ତି। ମିଳିଥିବା ସୂଚନାନୁଯାୟୀ, ଚଳଚ୍ଚିତ୍ରର ପ୍ରି-ପ୍ରଡକ୍ସନ କାମ ବର୍ତ୍ତମାନ ଚାଲିଛି। ଫିଲ୍ମର ଶୁଟିଂ ୨୦୨୩ ମଧ୍ୟଭାଗରୁ ଆରମ୍ଭ ହେବ। ତାମିଲ, ତେଲୁଗୁ ବ୍ୟତୀତ ହିନ୍ଦୀରେ ମଧ୍ୟ ଫିଲ୍ମଟି ମୁକ୍ତିଲାଭ କରିବ।

Share