ଜୀବନରେ ୩୦୮ ଝିଅଙ୍କୁ ଡେଟ୍‌ କରିଛନ୍ତି ଏହି ଅଭିନେତା, ଏକଦା ୧୬ ବର୍ଷ ସାନ ସୁସ୍ମିତାଙ୍କୁ ଭଲପାଇ ବସିଥିଲେ; ସ୍ତ୍ରୀ ଜାଣିବା ପରେ..

ବମ୍ବେ: ୧୯୮୧ରେ ସୁପରହିଟ୍‌ ଫିଲ୍ମ ‘ରକି’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ସଞ୍ଜୟ ଦତ୍ତ। ଦୀର୍ଘ ବର୍ଷ ବିତିଥିଲେ ହେଁ ଏଯାବତ ସେ ଆକ୍ଟିଭ୍‌ ଅଛନ୍ତି। ତେବେ କେବଳ ଯେ କାମ ତାହା ନୁହେଁ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି ସଞ୍ଜୟ।

ସଞ୍ଜୟ ନିଜ ଜୀବନରେ ୩୦୮ ଝିଅଙ୍କୁ ଡେଟ୍‌ କରିଛନ୍ତି। ଏଥିରେ ଅନେକ ନାମିଦାମୀ ବଲିଉଡ୍‌ ଅଭିନେତ୍ରୀ ଅଛନ୍ତି। ମାଧୁରୀ ଦିକ୍ଷୀତ, ଟିନା ମୁନିମଙ୍କଠାରୁ ଆରମ୍ଭ କରି ୧୬ ବର୍ଷ ସାନ ସୁସ୍ମିତା ସେନ୍‌ଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ ଏହି ଅଭିନେତା। କୁହାଯାଏ ସୁସ୍ମିତାଙ୍କୁ ସେ ବିଦେଶରେ ଭେଟିବା ସହ ତାଙ୍କ ସହ ସମୟ ବିତାଉଥିଲେ। ଉଭୟଙ୍କ ଲୁଚାଛପା ପ୍ରେମ ବିଷୟରେ ସଞ୍ଜୟଙ୍କ ଦ୍ୱିତୀୟ ସ୍ତ୍ରୀ ରିୟା ପିଲ୍ଲେ ଜାଣିବାକୁ ପାଇଥିଲେ। ସେ ତାଙ୍କୁ ଧରିବାକୁ ଚାହିଁଥିଲେ। ଏକଦା ବିଦେଶରେ ଏକ ଷ୍ଟେଜ୍‌ ଶୋ’ କରିବାକୁ ଯାଇଥିବା ବେଳେ ରିୟା ସେଠାରେ ପହଞ୍ଚି ଯାଇଥିଲେ। ପରେ ସେ ଉଭୟଙ୍କୁ ଏକ ରୁମ୍‌ରେ ଥିବା ଦେଖିଥିଲେ। ସ୍ତ୍ରୀ ଜାଣିନେବା ପରେ ସଞ୍ଜୟ କ୍ଷମା ମାଗିଥିଲେ। ହେଲେ କଥା ଶାନ୍ତ ପଡ଼ି ନ ଥିଲା। ଘଟଣାର କିଛି ଦିନ ପରେ ଉଭୟ ଅଲଗା ହୋଇଯାଇଥିଲେ।

ସଞ୍ଜୟ ମୋଟ ତିନିଜଣଙ୍କୁ ବିବାହ କରିଛନ୍ତି। ୧୯୮୭ରେ ଅଭିନେତ୍ରୀ ଋଚା ଶର୍ମାଙ୍କୁ ସେ ବିବାହ କରିଥିଲେ। ଉଭୟଙ୍କ ଏକ ଝିଅ ତ୍ରିଶାଳା ଦତ୍ତ ଅଛନ୍ତି। ହେଲେ ବିବାହର ୯ ବର୍ଷ ପରେ ସଞ୍ଜୟ ସ୍ତ୍ରୀଙ୍କଠାରୁ ଅଲଗା ହୋଇଥିଲେ। ୧୯୯୬ରେ ବ୍ରେନ୍‌ ଟ୍ୟୁମର ହେବା ଯୋଗୁ ଋଚାଙ୍କ ନିଧନ ହୋଇଥିଲା। ପରେ ୧୯୯୮ରେ ସେ ରିଚାଙ୍କୁ ବିବାହ କରିଥିଲେ। ୨୦୦୮ରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହାପରେ ସଞ୍ଜୟଙ୍କ ଜୀବନରେ ମାନ୍ୟତାଙ୍କ ଏଣ୍ଟ୍ରି ହୋଇଥିଲା। ସେମାନେ ବିବାହ କରିବା ପରେ ଏବେ ଜାଆଁଳା ସନ୍ତାନ ଶହରାନ ଏବଂ ଇକରାଙ୍କ ପିତାମାତା ପାଲଟିଛନ୍ତି।

Share