ଅରୁଣାଚଳ ପ୍ରଦେଶର ବ୍ରାଣ୍ଡ ଆମ୍ବାସାଡର ହେଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ କିଏ ବା ନ ଜାଣେ । ସେ ତାଙ୍କର ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ଭାଜପା ନେତୃତ୍ୱାଧୀନ ଅରୁଣାଚଳ ପ୍ରଦେଶ ସରକାର ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ରାଜ୍ୟର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛନ୍ତି । ସଞ୍ଜୟ ଦତ୍ତଙ୍କ ବ୍ୟତୀତ ସରକାର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିିର୍ମାତା ତଥା ବ୍ରାଣ୍ଡିଂ ବିଶେଷଜ୍ଞ ରାହୁଲ ମିତ୍ରଙ୍କୁ ବ୍ରାଣ୍ଡ ପରାମର୍ଶଦାତା ଭାବରେ ସାଇନ କରିଛନ୍ତି ।

ରାଜ୍ୟର ନାମକରଣର ୫୦ ବର୍ଷ ପୂର୍ତ୍ତି ତଥା ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସଞ୍ଜୟ ଦତ୍ତ ଏବଂ ରାହୁଲ ମିତ୍ରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏବଂ ବିଧାନସଭା ବାଚସ୍ପତି ପାସଙ୍ଗ ସୋନା ଏହି ଘୋଷଣା କରିଛନ୍ତି । ଅଭିନେତା ସଞ୍ଜୟ ଦତ୍ତ ରାଜ୍ୟର ବ୍ରାଣ୍ଡ ଆମ୍ବାସାଡର ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି। ତେବେ ସେ ରାହୁଲ ମିତ୍ରଙ୍କ ସହ ନିଜର ଏକ ଫଟୋ ଶେୟାର କରି ଅରୁଣାଚଳ ପ୍ରଦେଶ ସରକାର ଏବଂ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share