ସଞ୍ଜୟଙ୍କ ନୂଆ ଲୁକ୍ ଦେଖି ଖୁସି ହେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍ ନାୟକ ସଞ୍ଜୟ ଦତ୍ତ ନିକଟରେ ଲଙ୍ଗସ୍ କ୍ୟାନସରରେ ପୀଡ଼ିତ ହେବା ଖବର ହଠାତ୍ ସମସ୍ତଙ୍କୁ ଚମକାଇ ଦେଇଥିଲା । ହେଲେ ଏହା ଜଣାପଡିବା ପରେ ସଞ୍ଜୟ ଏହାର ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । ଏବେ ସଞ୍ଜୟ କିଛିଦିନର ବିରତି ନେଇ ଦୁବାଇ ଯାଇଥିବା ଜଣାପଡିଛି । ସେଠାରେ ତାଙ୍କର ଦୁଇ ପିଲା ରହୁଥିବା ବେଳେ ପତ୍ନୀ ମାନ୍ୟତା ମଧ୍ୟ ପିଲାମାନଙ୍କ ନିକଟରେ ଦୁବାଇରେ ରହୁଛନ୍ତି । ହେଲେ ସଞ୍ଜୟଙ୍କୁ କ୍ୟାନସର ହୋଇଥିବା ଜଣାପଡିବା ପରେ ମାନ୍ୟତା ପିଲାମାନଙ୍କୁ ଦୁବାଇରେ ଛାଡି ମୁମ୍ବାଇ ଚାଲି ଆସିଥିଲେ । ହେଲେ ଏବେ ସଞ୍ଜୟ ଦୁବାଇ ଯାଇ ପରିବାର ସହ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି । ଏହାର କିଛି ଫଟୋ ମାନ୍ୟତା ତାଙ୍କ ଇନଷ୍ଟାଗ୍ରାମରେ ଅପଲୋଡ କରିବା ପରେ ସଞ୍ଜୟ ଦୁବାଇରେ ଥିବା ଜଣାପଡିଛି । ଉକ୍ତ ଫଟୋରେ ସଞ୍ଜୟଙ୍କ ନୂଆ ଲୁକ୍ସ ବି ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ବହୁଦିନ ଧରି ନିଶ ଦାଢି ରଖିଥିବା ସଞ୍ଜୟ ଏବେ କ୍ଲିନ ସେଭ୍‌ରେ ନଜର ଆସିଛନ୍ତି । କୁହାଯାଉଛି କି ସେପ୍ଟେମ୍ବର ୩୦ରେ ସେ କୋକିଳାବେନ୍ ହସ୍ପିଟାଲ ମୁମ୍ବାଇରେ ତାଙ୍କର ଚତୁର୍ଥ କେମୋ ନେବାକୁ ଥିବାରୁ ସେ ଖୁବ୍ ଶୀଘ୍ର ମୁମ୍ବାଇ ଫେରି ପାରନ୍ତି । ତାଙ୍କ ସହ ପତ୍ନୀ ମାନ୍ୟତା ମୁମ୍ବାଇ ଆସିବେ ବୋଲି ଅନୁମାନ କରାଯାଉଛି ।

Share