ଆହତ ହେଲେ ମୁନ୍ନା ଭାଇ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ତାଙ୍କ ଅଭିନୟକୁ ନେଇ ବେଶ ପରିଚିତ। ଏବେ ସଞ୍ଜୟଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଶୁଟିଂ ସମୟରେ ସେ ଆହତ ହୋଇଥିବା ଜଣାପଡିଛି। ସଞ୍ଜୟ ଏବେ ବେଙ୍ଗାଲୁର ନିକଟରେ ତାଙ୍କ ଆଗାମୀ କନ୍ନଡ ମୁଭି ‘କେଡି: ଦ ଡେଭିଲ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ଏକ ବୋମା ବିସ୍ଫୋରଣ ସିକ୍ୱୋନ୍ସର ଶୁଟିଂ ଚାଲିଥିଲା। ଏହି ବୋମା ବିସ୍ଫୋରଣ ଶୁଟିଂ କରିବା ସମୟରେ ସଞ୍ଜୟ ଆହତ ହୋଇଥିବା ଜଣାପଡିଛି।

ଏହି ବୋମା ବିସ୍ଫୋରଣ ସିନର ଶୁଟିଂ ସମୟରେ ସଞ୍ଜୟଙ୍କ ହାତ, କହୁଣି ଓ ଶରୀରର ଆଉ କିଛି ସ୍ଥାନରେ ଗୁରୁତର ଆଘାତ ଲାଗିଛି। ଏହାପରେ ଫିଲ୍ମର ଶୁଟିଂକୁ ବନ୍ଦ କରିବାକୁ ପଡିଛି। ସୂଚନାଯୋଗ୍ୟ, ସଞ୍ଜୟ ଫାଇଟ ମାଷ୍ଟର ଡକ୍ଟର ରବି ବର୍ମାଙ୍କ ମୁଭି ‘କେଡି: ଦ ଡେଭିଲ’ପାଇଁ ଫାଇଟ କମ୍ପୋଜ କରୁଥିଲେ। ଏହି ସମୟରେ ସେ ଦୁର୍ଘଟଣାର ଶିକାର ହୋଇଯାଇଥିଲେ। ଏହି ଖବର ମିଳିବା ପରେ ସଞ୍ଜୟଙ୍କ ପ୍ରଶଂସକ ଚିନ୍ତାରେ ପଡିଯାଇଥିବା ବେଳେ ସଭିଏଁ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ମୁଭିରେ ସେ ଖଳନାୟକ ଭୂମିକାରେ ନଜର ଆସିବେ।

Share