ଡ୍ରଗ୍ସ ନିଶାରେ ୨ ଦିନ ପରେ ଉଠିଥିଲେ ଏହି ଅଭିନେତା, ତା’ପରେ ଘଟିଥିଲା ଏମିତିି

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଇଣ୍ଡଷ୍ଟ୍ରିରେ ତିଷ୍ଠିବାକୁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ଯଦିଓ ସେ କଳାକାର ପରିବାରରୁ ଆସିଥିଲେ ତଥାପି ଅଭିନୟ ଯାଦୁରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସଞ୍ଜୟ ପ୍ରବଳ ଡ୍ରଗ୍ସ ସେବନ କରୁଥିଲେ ଏହାଦ୍ୱାରା ତାଙ୍କ କ୍ୟାରିୟରେ କିଛିଟା ପ୍ରଭାବ ପକାଇଥିଲା। ଏକଥା ସେ ନିଜେ ମଧ୍ୟ ସ୍ବୀକାର କରିଛନ୍ତି। କୁସଙ୍ଗରେ ପଡି ସେ ନିଶା ସେବନ ଆରମ୍ଭ କରିଥିଲେ। ଥରେ ସେ ଏତେ ନିଶା ସେବନ କରିଥିଲେ ଯେ ୨ ଦିନ ପରେ ଉଠିଥିଲେ। ସେଦିନ ତାଙ୍କ ହୃଦବୋଧ ହୋଇଥିଲା ଯେ ଯଦି ଏମିତି ନିଶା ସେବନ କଲେ ଆଉ ବେଶୀ ଦିନ ବଞ୍ଚିବି ନାହିଁ। ଏହାପରେ ସେ ନିଶା କମ ସେବନ କରି କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଆରମ୍ଭ କଲେ। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଦେଇ ଚାଲିଲେ।

Share