‘ହେରାଫେରି-୩’ରେ ନଜର ଆସିବେ ସଞ୍ଜୟ ଦତ୍ତ

ମୁମ୍ବାଇ: କମେଡି ଫିଲ୍ମ ‘ହେରାଫେରି-୩’କୁ ନେଇ କିଛି ନା କିଛି ଅପଡେଟ୍‌ ସାମ୍ନାକୁ ଆସୁଛି। ଏହି ସମୟରେ ଏହି ଫିଲ୍ମକୁ ନେଇ ଆଉ ଏକ ଖବର ଆସିଛି କି ବଲିଉଡର ଭେଟେରାନ ସଞ୍ଜୟ ଦତ୍ତ ମଧ୍ୟ ‘ହେରାଫେରି-୩’ରେ ଏକ ଅଂଶ ବୋଲି ନିଶ୍ଚିତ ହୋଇଛି। ଏକ ଗଣମାଧ୍ୟମ ସାକ୍ଷାତକାରରେ ସଞ୍ଜୟ ଦତ୍ତ ପ୍ରକାଶ କରିଛନ୍ତି ଯେ, ସେ ‘ହେରାଫେରି-୩’ ଟିମ୍‌ରେ ସାମିଲ ହୋଇ ଖୁସି ଅଛନ୍ତି। ନିକଟରେ ସଞ୍ଜୟ ଦତ୍ତ ମୁମ୍ବାଇରେ ଏକ ଇଭେଣ୍ଟରେ ଉପସ୍ଥିତ ଥିଲେ। ଏହି ସମୟରେ ଗଣମାଧ୍ୟମର ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ସଞ୍ଜୟ ଦତ୍ତ କହିଛନ୍ତି, ହିନ୍ଦୀ ସିନେମାର ପ୍ରସିଦ୍ଧ ନିର୍ଦ୍ଦେଶକ ଫରହାଦ ସାମଜୀଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ହେରା ଫେରି-୩’ ରେ ମୁଁ ଅଂଶ ହେବାକୁ ଯାଉଛି। ପୁରା ଟିମ୍‌ ସହିତ ଶୁଟିଂ ମୋ ପାଇଁ ବହୁତ ରୋମାଞ୍ଚକର ହେବ। ଏହା ଏକ ଉତ୍ତମ ଫ୍ରାଞ୍ଚାଇଜ ଏବଂ ମୁଁ ଏହା ସହ ଜଡିତ ହୋଇ ବହୁତ ଖୁସି ଏବଂ ଉତ୍ସାହିତ ବୋଲି ସଞ୍ଜୟ କହିଛନ୍ତି।

Share