Posted inଫୁରସତ

ସାନିଟାଇଜର୍‌ ଏମିତିବି…

ଏବେ ଆମ ଜୀବନ ସହ ସାନିଟାଇଜର୍‌ ଓତପ୍ରୋତ ଭାବେ ଜଡ଼ିତ ହୋଇଯାଇଛି। ତେଣୁ ବଜାରରେ ବିଭିନ୍ନ କମ୍ପାନୀର ସାନିଟାଇଜର୍‌ ଉପଲବ୍ଧ ହେଉଛି। ତେବେ ଆବଶ୍ୟକତାକୁ ନଜରରେ ରଖି ଏବେ କିଛି ଭିନ୍ନ ଧରଣର ସାନିଟାଇଜର୍‌ ଓ ସାନିଟାଇଜର୍‌ ଡିସପେନ୍ସର୍‌ ଡିଜାଇନ୍‌ କରାଯାଇଛି, ଯାହା ଯେତିକି ଜରୁରୀ ତାକୁ ବ୍ୟବହାର କରିବା ସେତିକି ମଜାଦାର ବି…

ପେଣ୍ଟ ବ୍ରଶ ଭଳି ସାନିଟାଇଜର୍‌: ଏହି ହ୍ୟାଣ୍ଡ ସାନିଟାଇଜର୍‌ର ବୋତଲଟି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏକ ଆର୍ଟ ସେଟ୍‌ ଭଳି ଦେଖାଯାଏ। ଗ୍ରାଡିଏଣ୍ଟ କଲର୍‌ର ବୋତଲ ସହ ତା’ଉପରେ ହୋଇଥିବା କାର୍ଟୁନ୍‌ର ଚିତ୍ର ବେଶ୍‌ କୌତୁକିଆ ଲାଗେ। ସାଧାରଣତଃ ସାନିଟାଇଜର୍‌ ବୋତଲ ଉପରେ ଏକ ହ୍ୟାଣ୍ଡ ପମ୍ପ ଥାଏ। କିନ୍ତୁ ଏହି ସାନିଟାଇଜର୍‌ ବୋତଲ ଉପରେ ଗ୍ରାଡିଏଣ୍ଟ କଲର୍‌ର ପେଣ୍ଟ ବ୍ରଶ ରହିଛି। ଏଥିରୁ ନାଚୁରାଲ ପିଏଚ୍‌ ରେସ୍‌ପନ୍‌ସିଭ୍‌ ପିଗ୍‌ମେଣ୍ଟ ନିର୍ଗତ ହୁଏ। ତାହାକୁ ହାତରେ ଘଷିଲେ ତା’ର ରଙ୍ଗ ପରିବର୍ତ୍ତନ ହେବା ସହ ହାତ ସାନିଟାଇଜ୍‌ ହୋଇଯିବ।

ଡୋର୍‌ ହ୍ୟାଣ୍ଡେଲ ସାନିଟାଇଜର୍‌: ଘରୁ ବାହାରକୁ ଯିବାବେଳେ ହଉ ଅବା ଘର ଭିତରକୁ ଆସିବା ସମୟରେ ଡୋର୍‌ ହ୍ୟାଣ୍ଡେଲ ଧରିବାକୁ ପଡ଼ିଥାଏ। ଆଉ ଡୋର୍‌ ହ୍ୟାଣ୍ଡେଲରେ ଭାଇରସ୍‌ ରହିବାର ଆଶଙ୍କା ଅଧିକ ଥାଏ। ଆଉ ଏଠାରୁ ସଂକ୍ରମଣ ବଢ଼ିବା ଆଶଙ୍କା ବି ଥାଏ। ତେଣୁ ଡିଜାଇନ୍‌ ହୋଇଛି ଡୋର୍‌ ହ୍ୟାଣ୍ଡେଲ ସାନିଟାଇଜର୍‌, ଯଦ୍ଦ୍ବାରା ଡୋର୍‌ର ହ୍ୟାଣ୍ଡେଲ ୟୁଭି ରେ’ ଦ୍ୱାରା ଆପେ ସାନିଟାଇଜ୍‌ ହୋଇଯାଏ। ଏହାବାଦ ଆଉ କିଛି ଡୋର୍‌ ହ୍ୟାଣ୍ଡେଲ ସାନିଟାଇଜର୍‌ରେ ହ୍ୟାଣ୍ଡେଲଟି ସ୍ପଞ୍ଜରେ କଭର୍‌ ହୋଇଥାଏ। ଉକ୍ତ ସ୍ପଞ୍ଜକୁ ଚାପିଲେ ସେଥିରୁ ସାନିଟାଇଜର୍‌ ବାହାରି ହାତକୁ ସାନିଟାଇଜ୍‌ କରିଦିଏ।

ଡୋର୍‌ ବେଲ୍‌ ସାନିଟାଇଜର୍‌: ଜର୍ମ ଲୁଚିବା ପାଇଁ ଆଉ ଏକ ଭଲ ସ୍ଥାନ ହେଉଛି ଡୋର୍‌ ବେଲ୍‌। ଏଠାରୁ ମଧ୍ୟ ଜର୍ମ ବ୍ୟାପିବାର ଆଶଙ୍କା ଥାଏ। ଏହାକୁ ନଜରରେ ରଖି ଡିଜାଇନ୍‌ କରାଯାଇଛି ଡୋର୍‌ ବେଲ୍‌ ସାନିଟାଇଜର୍‌। ଏଥିରେ ଅଟୋମେଟିକ୍‌ ହ୍ୟାଣ୍ଡ ସାନିଟାଇଜର୍‌ ଡିସପେନ୍ସର ସଂଯୁକ୍ତ କରାଯାଇଛି। ଫଳରେ ଡୋର୍‌ବେଲ୍‌ ବଜାଇବା ସହ ହାତ ବି ସାନିଟାଇଜ୍‌ ହୋଇଯିବ।
ମୋବାଇଲ୍‌ ସାନିଟାଇଜର୍‌: ମୋବାଇଲ୍‌ରେ ଥାଆନ୍ତି ଲକ୍ଷଲକ୍ଷ ଜୀବାଣୁ କୀଟାଣୁ। ହାତକୁ ଭଲଭାବେ ସାନିଟାଇଜ୍‌ କରି ଯେବେ ଆମେ ମୋବାଇଲ୍‌ ଧରୁ ମୋବାଇଲରୁ ଜର୍ମ ହାତକୁ ଚାଲିଆସେ। ତେଣୁ ମୋବାଇଲ୍‌ ସାନିଟାଇଜ୍‌ କରିବା ବି ନିହାତି ଜରୁରୀ। ଏହାକୁ ନଜରରେ ରଖି ଏକାଥରେ ୬ଟି ମୋବାଇଲ୍‌ ସାନିଟାଇଜ୍‌ ହୋଇପାରିବା ଭଳି ‘ସେଣ୍ଟର୍‌ପିସ୍‌’ ନାମକ ଏକ ସାନିଟାଇଜ୍‌ ମେସିନ୍‌ ଡିଜାଇନ୍‌ ହୋଇଛି। ଏହି ମୋବାଇଲ୍‌ ସାନିଟାଇଜର୍‌ ମେସିନ୍‌ରେ ମୋବାଇଲ୍‌ ରଖିଦେଲେ ସେଥିରୁ ନିର୍ଗତ ୟୁଭି ରେ’ ଦ୍ୱାରା ମୋବାଇଲ୍‌ ସାନିଟାଇଜ୍‌ ହୋଇଯିବ।

ବବଲ୍‌ ପାର୍ଟି ସାନିଟାଇଜର୍‌: ଆଜିକାଲି ଘରକୁ କେହି ଆସିଲେ ଦ୍ୱାର ମୁହଁରେ ହ୍ୟାଣ୍ଡ ସାନିଟାଇଜର୍‌ ଧରି ସ୍ବାଗତ କରିବାକୁ ପଡୁଛି। ଯାହାକି ନିଜକୁ ବି ଖରାପ ଲାଗୁଛି। କିନ୍ତୁ ଏହି ବବଲ୍‌ ପାର୍ଟି ସାନିଟାଇଜର୍‌ ଦ୍ୱାରା ସାନିଟାଇଜ୍‌ ହେବା ଏକ ଖେଳ ଭଳି ଲାଗିବ। ଆଉ ମଜାରେ ମଜାରେ ହାତ ସାନିଟାଇଜ୍‌ ହୋଇଯିବ। ଗେଷ୍ଟ ଏହି ମେଶିନ୍‌ ପାଖରେ ହାତ ହଲାଇଦେଲେ ସାନିଟାଇଜର୍‌ ଡିସ୍‌ପେନ୍ସର୍‌ରୁ ବବଲ୍‌ ବା ଫୋଟକା ଭଳି ସାନିଟାଇଜର୍‌ ବାହାରିବ। ଆଉ ତାକୁ ଧରି ଫୁଟାଇଦେଲେ ହାତ ସାନିଟାଇଜ୍‌ ହୋଇଯିବ।

ସିଓ୍ବିଡ୍‌ କ୍ୟାପ୍‌ସୁଲ ସାନିଟାଇଜର୍‌: ଏହାକୁ ଲିକ୍ୟୁଡ୍‌ କ୍ୟାପ୍‌ସୁଲ ଭଳି ଡିଜାଇନ୍‌ କରାଯାଇଛି। ଏହାକୁ କୌଣସି ବୋତଲ ଅବା ପବ୍ଲିକ୍‌ ଡିସପେନ୍ସର୍‌ ମେସିନ୍‌ରେ ଉପଲବ୍ଧ କରାଯିବ। ଏହି କ୍ୟାପ୍‌ସୁଲକୁ ହାତ ଉପରେ ଫଟାଇଲେ ସେଥିରୁ ସାନିଟାଇଜର୍‌ ବାହାରିବ। ଆଉ ହାତ ସାନିଟାଇଜ୍‌ ହୋଇଯିବ। ଏହି ସାନିଟାଇଜର୍‌ର ଉପର କଭର୍‌ ପ୍ଲାଷ୍ଟିକ୍‌ରେ ନ ହୋଇ ସି’ଓ୍ବିଡ୍‌ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri