ଘରୋଇକରଣ ହେଲା ପରିମଳ ବ୍ୟବସ୍ଥା

ଭଞ୍ଜନଗର,୫।୧୧(ଡି.ଏନ.ଏ): ରାଜ୍ୟର ସମସ୍ତ ଏନ୍‌ଏସିର ପରିମଳ ବ୍ୟବସ୍ଥା ତଦାରଖ ପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ା ହେଲେ ଭଞ୍ଜନଗର ଏନ୍‌ଏସରେ ସଫେଇ କର୍ମଚାରୀମାନଙ୍କ ବିରୋଧ ଯୋଗୁ ଘରୋଇକରଣ ହୋଇପାରି ନ ଥିଲା। ଇତିମଧ୍ୟରେ ଏଠାରେ ମଧ୍ୟ ପରିମଳ ବ୍ୟବସ୍ଥା ତଦାରଖ ପ୍ରକ୍ରିୟା ଘରୋଇକରଣ ହୋଇଛି। ଏଥିପାଇଁ ଘରୋଇ ସଂସ୍ଥା ବର୍ଷକୁ ୧ କୋଟି ୨୦ଲକ୍ଷ ଟଙ୍କା ନେବ। ଉକ୍ତ ସଂସ୍ଥା ୬୬ଜଣ ସଫେଇ କର୍ମଚାରୀଙ୍କୁ ଦରମା ବାବଦକୁ ଟଙ୍କା ପ୍ରଦାନ କରିବ। ଏଥିସହ ଗାଡ଼ି, ତେଲ, ବ୍ଲିଚିଙ୍ଗ୍‌ ପାଉଡ଼ର ସମେତ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ କରିବ। ସଫେଇ କର୍ମଚାରୀମାନେ ଆଉଟସୋର୍ସିଂ ମାଧ୍ୟମରେ କାମ କରିବେ। ନିୟମିତ ଥିବା ୯ଜଣ ସଫେଇ କର୍ମଚାରୀ ପୂର୍ବଭଳି ଏନ୍‌ଏସିରୁ ଦରମା ନେବେ। ସରକାର ଏନଏସି ଗୁଡ଼ିକରେ ଗ୍ରୁପ୍‌ ସି ଓ ଗ୍ରୁପ୍‌ ଡ଼ି କର୍ମଚାରୀ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରି ଦେଇଛନ୍ତି। ଏଥିସହ କର୍ମଚାରୀମାନଙ୍କ ବିଭିନ୍ନ ଦାବିକୁ ଏଡ଼ାଇବା ପାଇଁ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦେଉଛନ୍ତି । ଶ୍ରମିକମାନଙ୍କ ପାରିଶ୍ରମିକ ବୃଦ୍ଧି ପାଇଲେ ସେହି ଅନୁପାତରେ ଚୁକ୍ତି ଅନୁସାରେ ଆଗାମୀ ଦିନରେ ଖର୍ଚ୍ଚ ବଢ଼ିବ । ସହରରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ଅଛି। କିନ୍ତୁ ସହରରୁ ଦୈନନ୍ଦିନ ବାହାରୁଥିବା ପ୍ଲାଷ୍ଟିକ୍‌ ବର୍ଜ୍ୟକୁ କମ୍ପାନୀ ଗୁଡ଼ିକୁ ପଠାଇବା ବ୍ୟବସ୍ଥା କରାଯାଇପାରୁନାହିଁ । ସେସବୁକୁ ଭଞ୍ଜନଗର-ଫୁଲବାଣୀ ମୁଖ୍ୟ ରାସ୍ତାର ଏକ ଘରୋଇ କଲେଜ ସମ୍ମୁଖରେ ପକାଇ ଦିଆଯାଉଛି । ଏଥିପାଇଁ ସାଧାରଣରେ ଅସନ୍ତୋଷ ବଢ଼ୁଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ଅପରପକ୍ଷେ ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଆଥର୍ର୍କ କ୍ଷେତ୍ରରେ ଉନ୍ନତ କରିବା ପାଇଁ ସରକାର ମୁଖ୍ୟମନ୍ତ୍ରୀ କର୍ମତପତ୍ର ଅଭିଯାନ (ମୁକ୍ତା) ଯୋଜନା କରିଛନ୍ତି। ଉକ୍ତ ଯୋଜନାରେ ବିନା ଟେଣ୍ଡରରେ ସ୍ବୟଂ ସହାୟିକା ଗୋଷ୍ଠୀକୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାମ ଦିଆଯିବ । ତା’ଠାରୁ ଅଧିକ ଟଙ୍କାର କାମ ହେଲେ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟଦେଶ ରହିବ। ୨୦୨୦ରୁ ମୁକ୍ତା ଯୋଜନା ଆସିବାପରଠୁ ଏନଏସିରେ ପ୍ରାୟ ୩କୋଟି ଟଙ୍କା ବ୍ୟୟରେ ଅନେକ ଉନ୍ନୟନ କାର୍ଯ୍ୟ କରାଯାଇଛି । ଏହି ଯୋଜନାରେ ସହରର ବିକାଶ କରିବା ପାଇଁ ବର୍ତ୍ତମାନ ଆଉ ଦେଢ଼ କୋଟି ଟଙ୍କା ରହିଛି । ମୁକ୍ତା ଯୋଜନା କାର୍ଯ୍ୟକାରୀ ହେବାପରଠୁ ଯେଉଁ ସ୍ବୟଂ ସହାୟିକା ଗୋଷ୍ଠୀ କାମ କରୁଛନ୍ତି, ସମ୍ପୃକ୍ତ ଗୋଷ୍ଠୀର ଆଥର୍ର୍କ ସ୍ଥିତିରେ ଉନ୍ନତି ଆସୁଛି । ସରକାରଙ୍କ ନିଷ୍ପତ୍ତି ଅନୁସାରେ ସହରର ପରିମଳ ବ୍ୟବସ୍ଥାକୁ ଘରୋଇକରଣ କରାଯାଇଛି ବୋଲି ଏନ୍‌ଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri