ସୁଧୁରୁନି ସହରର ପରିମଳ ବ୍ୟବସ୍ଥା

ଖୋର୍ଦ୍ଧା,୨୫ା୫(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବର୍ଷାଦିନକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଶନିବାର ବର୍ଷା ହେବାରୁ ଡ୍ରେନ୍‌ରେ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଜମି ରହିବା ସହ ଅଳିଆ ଆବର୍ଜନା ଭାସୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଡ୍ରେନ୍‌ ପୋତିହୋଇପଡ଼ିଥିବା ବେଳେ ଅଳିଆ ଆବର୍ଜନା ଜମିରହି ପଚି ଦୁର୍ଗନ୍ଧ ହେଉଛି। ଫଳରେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢୁଛି। ସେହିପରି ସହରର ମୁଖ୍ୟ ରାସ୍ତାକୁ ବାଦ୍‌ ଦେଲେ ଏକାଧିକ ଗଳିକନ୍ଦିରେ ଅଳିଆ ଆବର୍ଜନା ପଡ଼ି ରହୁଛି। ପରିମଳ ନାଁରେ ଅର୍ଥ ହରିଲୁଟ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ମେଡିକାଲ ରାସ୍ତାରେ ଦୟନୀୟ ସ୍ଥିତି ରହିଛି। ତହସିଲ ଅଫିସଠାରୁ ପେଟ୍ରୋଲ ପମ୍ପକୁ ସଂଯୋଗ କରୁଥିବା ରାସ୍ତା ସାରା ପ୍ଲାଷ୍ଟିକ, ପଲିଥିନ, ଅଳିଆ ଆବର୍ଜନା ଗଦା ହୋଇ ରହିଛି। ସମାନ ଦୃଶ୍ୟ ରହିଛି ନୟାଗଡ ରୋଡ। ପୁରୁଣା ବସଷ୍ଟାଣ୍ଡଠାରୁ ଟ୍ରାଫିକ ଛକ, ଗୋଡିପୋଖରୀ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ଅଳିଆ ଆବର୍ଜନା ପଡ଼ି ରହିଛି। ସେହିଭଳି ନୂଆ ବସଷ୍ଟାଣ୍ଡ ରୋଡ, ବସଷ୍ଟାଣ୍ଡ ପରିସର, ପଲ୍ଲା ଛକ ସମେତ ସମସ୍ତ ସାହି ଗଳିକନ୍ଦିରେ ରହିଥିବା ଡ୍ରେନରେ ପାଣି ନିସ୍କାସନ ହୋଇ ନ ପାରି ଅଳିଆ ଆବର୍ଜନା ରାସ୍ତା ଉପରେ ଭାସୁଛି। ପ୍ରକାଶ ଯେ, ଖୋର୍ଦ୍ଧା ସହରର ଅଧିକାଂଶ ଡ୍ରେନ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଡ୍ରେନ ପଥର ଖସି ଭୁଶୁଡିପଡିଲାଣି। ଏପରିକି ଏକାଧିକ ଡ୍ରେନରୁ ମାତି ଅତଡା ଖସି ପୋତିହୋଇଗଲାଣି। ଡ୍ରେନ ପୋତି ହୋଇପଡିଥିବା ବେଳେ ପାଣିବୋତଲ, ପ୍ଲାଷ୍ଟିକ, ପଲିଥିନ ଆଦି ଅଳିଆ ଆବର୍ଜନା ପଚି ଦୁର୍ଗନ୍ଧ ହେଉଛି। ଗୋପୀନାଥ ସାହି, ଉପରସାହି, ରାଧାବଲ୍ଲଭ ସାହି ଓ ବରୁଣେଇ ସାହି, ସାମନ୍ତରାପୁର ଛକ ଠାରୁ ଉପରସାହି, ଖ୍ରୀଷ୍ଟିଆନ ସାହି, ବାସେଳି ସାହି, ମାଛ ମାର୍କେଟ, ପୌର କାର୍ଯ୍ୟାଳୟ ପାର୍ଶ୍ୱ ଡ୍ରେନ, ଉପଜିଲାପାଳଙ୍କ ବାସଭାବନ ପାର୍ଶ୍ୱ ଡ୍ରେନ ସଫା କରାଯାଉନାହିଁ। ଏଠାରେ ଅଳିଆ, ଆବର୍ଜନ ପଡ଼ି ପୂତିଗନ୍ଧମୟ ହେଲାଣି। ଏଥିସହ ବର୍ଷା ହେଲେ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମି ରହୁଛି। ମୌସୁମୀ ପ୍ରବେଶ କରିବା ପୂର୍ବରୁ ସମସ୍ତ ସହରାଞ୍ଚଳରେ ଡ୍ରେନ ସଫା କରିବା ସହ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବା ପାଇଁ ରାଜ୍ୟ ଗୃହ ନିର୍ମାଣ ବିଭାଗ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ। ତେବେ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ବର୍ଷାଦିନକୁ ଦୃଷ୍ଟିରେ ରଖି କୌଣସି ବ୍ୟବସ୍ଥା କରାଯାଇନାହିଁ। ବର୍ଷାହେଲେ ରାସ୍ତାରେ ଅଳିଆ ଆବର୍ଜନା ଭାସୁଥିବା ନଜିର ରହିଛି। ସହରର ମୁଖ୍ୟ ଡ୍ରେନକୁ ବାଦ୍‌ ଦେଲେ, ସହରର ଗଳିକନ୍ଦିରେ ଡ୍ରେନରୁ ମାଟି ଉଠାଯାଇନାହିଁ। ବର୍ଷାଦିନ ଆସିଲେ ପ୍ରଶାସନର ଡ୍ରେନ ସଫା କଥା ମନେ ପଡିଥାଏ। ତେବେ କେବଳ ପାଣି ଜମୁଥିବା ଅଞ୍ଚଳକୁ ବାଦ୍‌ ଦେଲେ ଅନ୍ୟ ଡ୍ରେନର ପୁନରୁଦ୍ଧାର କିମ୍ବା ଡ୍ରେନ ସଫେଇ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

୬ଟା ଯୁଦ୍ଧ ଜାହାଜ ପଠାଇଲା ଚାଇନା, ଛାନିଆ ହେଲେ ଟ୍ରମ୍ପ!

ବେଜିଂ,୨୨।୩: ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (MND) ରବିବାର (ସ୍ଥାନୀୟ ସମୟ) ସକାଳ 6:00 ଟାରେ ତାଇୱାନର ଆଞ୍ଚଳିକ ଜଳସୀମା ନିକଟରେ ଛଅଟି ଚାଇନା ନୌସେନା ଜାହାଜ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri