ସୁଧୁରୁନି ସହରର ପରିମଳ ବ୍ୟବସ୍ଥା

ଖୋର୍ଦ୍ଧା,୧୯ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡ୍ରେନ୍‌ ସଫା ନ ହେବା ଫଳରେ ପୋତିହୋଇଗଲାଣି। ଅଧିକାଂଶ ଡ୍ରେନ୍‌ ପଥର ଖସି ଭୁଶୁଡ଼ିପଡ଼ିଲାଣି। ଡ୍ରେନ୍‌ ପୋତିହୋଇପଡ଼ିଥିବା ବେଳେ ଅଳିଆ ଆବର୍ଜନା ଜମିରହି ପଚି ଦୁର୍ଗନ୍ଧ ହେଉଛି। ଫଳରେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢୁଛି। ଅନ୍ୟପଟେ ଡ୍ରେନ୍‌ ପାଣି ନିଷ୍କାସନ ହୋଇ ନ ପାରିବାରୁ ପ୍ଲାଷ୍ଟିକ୍‌, ପଲିଥିନ୍‌ ଆଦି ଜମାହୋଇ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଖୋର୍ଦ୍ଧା ଜିଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ଗୋଟିଏ ପଟେ ସ୍ବାସ୍ଥ୍ୟ ସର୍ବେକ୍ଷଣ ଚାଲିଥିବା ବେଳେ ଅନ୍ୟପଟେ ସହର ଡ୍ରେନ୍‌ ସଫେଇକୁ ତ୍ୱରାନ୍ବିତ କରାଯାଉନାହିଁ। ଫଳରେ ଡେଙ୍ଗୁକୁ ଖୋର୍ଦ୍ଧା ପୌର ପରିଷଦ(କେଏମ୍‌ସି) ଆମନ୍ତ୍ରଣ କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।
ପ୍ରକାଶ ଯେ, ୨୨ ଓ୍ବାର୍ଡ ବିଶିଷ୍ଟ ଏହି ସହରର ଅଳିଆ, ଆବର୍ଜନା ଉଠାଇବା ପାଇଁ ପୌର ପ୍ରଶାସନ ପକ୍ଷରୁ ଠିକାସଂସ୍ଥାକୁ ଦିଆଯାଇଛି। ତେବେ ସହରର ମୁଖ୍ୟ ରାସ୍ତାକୁ ବାଦ୍‌ ଦେଲେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୋପୀନାଥ ସାହି, ଉପରସାହି, ରାଧାବଲ୍ଲଭ ସାହି ଓ ବରୁଣେଇ ସାହି, ସାମନ୍ତରାପୁର ଛକ ଠାରୁ ଉପରସାହି, ଖ୍ରୀଷ୍ଟିଆନ ସାହି, ବାସେଳି ସାହି, ମାଛ ମାର୍କେଟ, ପୌର କାର୍ଯ୍ୟାଳୟ ପାର୍ଶ୍ୱ ଡ୍ରେନ୍‌, ଉପଜିଲାପାଳଙ୍କ ବାସଭାବନ ପାର୍ଶ୍ୱ ଡ୍ରେନ୍‌ ସଫା କରାଯାଉନାହିଁ। ଏଠାରେ ଅଳିଆ, ଆବର୍ଜନ ପଡ଼ି ପୂତିଗନ୍ଧମୟ ହେଲାଣି। ନୂଆ ବସ୍‌ଷ୍ଟାଣ୍ଡରୁ କୋର୍ଟ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ନିର୍ମିତ ଡ୍ରେନ୍‌ ୪ବର୍ଷ ହେବ ସଫା କରାଯାଇନାହିଁ। ଫଳରେ ଡ୍ରେନ୍‌ ପୋତିହୋଇଗଲାଣି। ନୂଆ ବସ୍‌ଷ୍ଟାଣ୍ଡ ଡ୍ରେନ୍‌ ସଂଯୋଗୀକରଣ କରାଯାଇ ନ ଥିବାରୁ ବର୍ଷା ହେଲେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି ହେଉଛି। ନୂଆ ବସ୍‌ଷ୍ଟାଣ୍ଡ-ଟିଏଲ୍‌ସି ରୋଡ୍‌ ଭାଲିଆବାଡ଼ି ନିକଟ ଭେଣ୍ଡିଂ ଜୋନ୍‌ ଡ୍ରେନ୍‌ରେ ପ୍ଳାଷ୍ଟିକ୍‌ ବୋତଲ, ପଲିଥିନ୍‌ ଜମି ରହିଛି। ଡ୍ରେନ୍‌ ସଫା ନ ହେବା ଫଳରେ ମଶାଙ୍କ ପ୍ରାଦୁର୍ଭାବ ଯୋଗୁ ନିକଟ ବସ୍ତି ଲୋକେ ଅତିଷ୍ଠ ହୋଇପଡିଲେଣି। ସମାନ ଦୃଶ୍ୟ ପୁରୁଣା ଦମକଳ ଛକରୁ ମାରଓ୍ବାଡି ପଟି ଡ୍ରେନ୍‌ର ଅବସ୍ଥା। ସହରର ପରିମଳ ବ୍ୟବସ୍ଥାରେ ସ୍ବଚ୍ଛତା ଲାଗି ଲକ୍ଷାଧିକ ଟଙ୍କା ଅର୍ଥ ଖର୍ଚ୍ଚ ହେଉଛି। ତଥାପି ସହରର ଏକାଧିକ ଗଳିକନ୍ଦିରେ ଅଳିଆ ଆବର୍ଜନା ପଡ଼ି ରହୁଛି।

ଏମାନେ ଯାହା କୁହନ୍ତି…
ବର୍ଷାଦିନ ଆସିଲେ ପୌର ପ୍ରଶାସନ ପକ୍ଷରୁ ଲୋକଦେଖାଣିଆ ଡ୍ରେନ୍‌ ସଫା କରାଯାଉଛି। ଅନ୍ୟଦିନଗୁଡ଼ିକରେ ସମାନ ସମସ୍ୟା ରହୁଛି। ଡ୍ରେନେଜ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପୌର ପ୍ରଶାସନ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ବିପର୍ଯ୍ୟସ୍ତ ପରିମଳ ନେଇ ଜିଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ ସତ୍ତ୍ୱେ ଗୁରୁତ୍ୱ ଦିଆଯାଉ ନାହିଁ।
-ରଣଜିତ ମହାପାତ୍ର, ଖୋର୍ଦ୍ଧା ଜନ ଜାଗରଣ ଆବାହକ
ଡ୍ରେନ୍‌ ସଫେଇ କରାଯାଉଛି। ଓ୍ବାଟର ଲଗିଂ ଥିବା ଡ୍ରେନ୍‌ଗୁଡିକ ପ୍ରାଥମିକତା ଭିତ୍ତିରେ ସଫେଇ ଚାଲିଛି। ଡ୍ରେନେଜ୍‌, ପରିମଳରେ ସୁଧାର ଆଣିବା ପାଇଁ ପୌର ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଏଥିରେ ସ୍ଥାନୀୟ ଜନସାଧାରଣଙ୍କ ସଚେତନତା, ସହଭାଗିତା ଜରୁରୀ।
-ସୌର୍ଯ୍ୟରଞ୍ଜନ ମହାନ୍ତି, ପୌର ଉପାଧ୍ୟକ୍ଷ


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri