ସୁଧୁରୁନି ସହରର ପରିମଳ ବ୍ୟବସ୍ଥା

ଖୋର୍ଦ୍ଧା,୧୯ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡ୍ରେନ୍‌ ସଫା ନ ହେବା ଫଳରେ ପୋତିହୋଇଗଲାଣି। ଅଧିକାଂଶ ଡ୍ରେନ୍‌ ପଥର ଖସି ଭୁଶୁଡ଼ିପଡ଼ିଲାଣି। ଡ୍ରେନ୍‌ ପୋତିହୋଇପଡ଼ିଥିବା ବେଳେ ଅଳିଆ ଆବର୍ଜନା ଜମିରହି ପଚି ଦୁର୍ଗନ୍ଧ ହେଉଛି। ଫଳରେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢୁଛି। ଅନ୍ୟପଟେ ଡ୍ରେନ୍‌ ପାଣି ନିଷ୍କାସନ ହୋଇ ନ ପାରିବାରୁ ପ୍ଲାଷ୍ଟିକ୍‌, ପଲିଥିନ୍‌ ଆଦି ଜମାହୋଇ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଖୋର୍ଦ୍ଧା ଜିଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ଗୋଟିଏ ପଟେ ସ୍ବାସ୍ଥ୍ୟ ସର୍ବେକ୍ଷଣ ଚାଲିଥିବା ବେଳେ ଅନ୍ୟପଟେ ସହର ଡ୍ରେନ୍‌ ସଫେଇକୁ ତ୍ୱରାନ୍ବିତ କରାଯାଉନାହିଁ। ଫଳରେ ଡେଙ୍ଗୁକୁ ଖୋର୍ଦ୍ଧା ପୌର ପରିଷଦ(କେଏମ୍‌ସି) ଆମନ୍ତ୍ରଣ କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।
ପ୍ରକାଶ ଯେ, ୨୨ ଓ୍ବାର୍ଡ ବିଶିଷ୍ଟ ଏହି ସହରର ଅଳିଆ, ଆବର୍ଜନା ଉଠାଇବା ପାଇଁ ପୌର ପ୍ରଶାସନ ପକ୍ଷରୁ ଠିକାସଂସ୍ଥାକୁ ଦିଆଯାଇଛି। ତେବେ ସହରର ମୁଖ୍ୟ ରାସ୍ତାକୁ ବାଦ୍‌ ଦେଲେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୋପୀନାଥ ସାହି, ଉପରସାହି, ରାଧାବଲ୍ଲଭ ସାହି ଓ ବରୁଣେଇ ସାହି, ସାମନ୍ତରାପୁର ଛକ ଠାରୁ ଉପରସାହି, ଖ୍ରୀଷ୍ଟିଆନ ସାହି, ବାସେଳି ସାହି, ମାଛ ମାର୍କେଟ, ପୌର କାର୍ଯ୍ୟାଳୟ ପାର୍ଶ୍ୱ ଡ୍ରେନ୍‌, ଉପଜିଲାପାଳଙ୍କ ବାସଭାବନ ପାର୍ଶ୍ୱ ଡ୍ରେନ୍‌ ସଫା କରାଯାଉନାହିଁ। ଏଠାରେ ଅଳିଆ, ଆବର୍ଜନ ପଡ଼ି ପୂତିଗନ୍ଧମୟ ହେଲାଣି। ନୂଆ ବସ୍‌ଷ୍ଟାଣ୍ଡରୁ କୋର୍ଟ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ନିର୍ମିତ ଡ୍ରେନ୍‌ ୪ବର୍ଷ ହେବ ସଫା କରାଯାଇନାହିଁ। ଫଳରେ ଡ୍ରେନ୍‌ ପୋତିହୋଇଗଲାଣି। ନୂଆ ବସ୍‌ଷ୍ଟାଣ୍ଡ ଡ୍ରେନ୍‌ ସଂଯୋଗୀକରଣ କରାଯାଇ ନ ଥିବାରୁ ବର୍ଷା ହେଲେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି ହେଉଛି। ନୂଆ ବସ୍‌ଷ୍ଟାଣ୍ଡ-ଟିଏଲ୍‌ସି ରୋଡ୍‌ ଭାଲିଆବାଡ଼ି ନିକଟ ଭେଣ୍ଡିଂ ଜୋନ୍‌ ଡ୍ରେନ୍‌ରେ ପ୍ଳାଷ୍ଟିକ୍‌ ବୋତଲ, ପଲିଥିନ୍‌ ଜମି ରହିଛି। ଡ୍ରେନ୍‌ ସଫା ନ ହେବା ଫଳରେ ମଶାଙ୍କ ପ୍ରାଦୁର୍ଭାବ ଯୋଗୁ ନିକଟ ବସ୍ତି ଲୋକେ ଅତିଷ୍ଠ ହୋଇପଡିଲେଣି। ସମାନ ଦୃଶ୍ୟ ପୁରୁଣା ଦମକଳ ଛକରୁ ମାରଓ୍ବାଡି ପଟି ଡ୍ରେନ୍‌ର ଅବସ୍ଥା। ସହରର ପରିମଳ ବ୍ୟବସ୍ଥାରେ ସ୍ବଚ୍ଛତା ଲାଗି ଲକ୍ଷାଧିକ ଟଙ୍କା ଅର୍ଥ ଖର୍ଚ୍ଚ ହେଉଛି। ତଥାପି ସହରର ଏକାଧିକ ଗଳିକନ୍ଦିରେ ଅଳିଆ ଆବର୍ଜନା ପଡ଼ି ରହୁଛି।

ଏମାନେ ଯାହା କୁହନ୍ତି…
ବର୍ଷାଦିନ ଆସିଲେ ପୌର ପ୍ରଶାସନ ପକ୍ଷରୁ ଲୋକଦେଖାଣିଆ ଡ୍ରେନ୍‌ ସଫା କରାଯାଉଛି। ଅନ୍ୟଦିନଗୁଡ଼ିକରେ ସମାନ ସମସ୍ୟା ରହୁଛି। ଡ୍ରେନେଜ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପୌର ପ୍ରଶାସନ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ବିପର୍ଯ୍ୟସ୍ତ ପରିମଳ ନେଇ ଜିଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ ସତ୍ତ୍ୱେ ଗୁରୁତ୍ୱ ଦିଆଯାଉ ନାହିଁ।
-ରଣଜିତ ମହାପାତ୍ର, ଖୋର୍ଦ୍ଧା ଜନ ଜାଗରଣ ଆବାହକ
ଡ୍ରେନ୍‌ ସଫେଇ କରାଯାଉଛି। ଓ୍ବାଟର ଲଗିଂ ଥିବା ଡ୍ରେନ୍‌ଗୁଡିକ ପ୍ରାଥମିକତା ଭିତ୍ତିରେ ସଫେଇ ଚାଲିଛି। ଡ୍ରେନେଜ୍‌, ପରିମଳରେ ସୁଧାର ଆଣିବା ପାଇଁ ପୌର ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଏଥିରେ ସ୍ଥାନୀୟ ଜନସାଧାରଣଙ୍କ ସଚେତନତା, ସହଭାଗିତା ଜରୁରୀ।
-ସୌର୍ଯ୍ୟରଞ୍ଜନ ମହାନ୍ତି, ପୌର ଉପାଧ୍ୟକ୍ଷ


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?