Categories: ଖେଳ

ଲୁହ ରୋକିପାରିଲେନି ସାନିଆ

ସିଡ୍‌ନୀ,୨୭।୧: ଭାରତୀୟ ଟେନିସ ତାରକା ସାନିଆ ର୍ମିଜା ତାଙ୍କର ଶେଷ ଗ୍ରାଣ୍ଡସ୍ଲାମରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଅଷ୍ଟ୍ରେଲିଆ ଓପନ ତାଙ୍କର ଶେଷ ଗ୍ରାଣ୍ଡ ସ୍ଲାମ ଟୁର୍ନାମେଣ୍ଟ ହେବ ବୋଲି ସାନିଆ ମିର୍ଜାା ପୂର୍ବରୁ ଘୋଷଣା କରିଥିଲେ। ସେ ଏହି ଟୁର୍ନାମେଣ୍ଟରେ ଦୁଇଟି ବର୍ଗରେ ଭାଗ ନେଇଥିଲେ। ମହିଳା ଡବଲ୍ସରେ ସାନିଆ କାଜାଖସ୍ତାନର ଆନ୍ନା ଡାନିଲିନାଙ୍କ ସହ ଯୋଡି ହୋଇଥିଲେ, ମହିଳା ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ଉଭୟ ପରାସ୍ତ ହୋଇଥିଲେ। ତେବେ ମିକ୍ସ ଡବଲ୍ସରେ ସାନିଆ ରୋହନ ବୋପାନ୍ନାଙ୍କ ସହ ମିଶି ଫାଇନାଲରେ ପ୍ରବେଶ କରିଥିଲେ। ତେବେ ତାଙ୍କର ଶେଷ ଗ୍ରାଣ୍ଡସ୍ଲାମରେ ଚାମ୍ପିଅନ ହେବାର ସ୍ବପ୍ନ ଫାଇନାଲରେ ପରାଜୟ ସହିତ ଶେଷ ହୋଇଥିଲା।
ସାନିଆ ଏବଂ ବୋପାନ୍ନାଙ୍କ ଯୋଡି ୬-୭, ୨-୬ ସେଟ୍‌ରେ ବ୍ରାଜିଲର ଲୁଇସା ଷ୍ଟେଫାନି ଏବଂ ରାଫେଲ ମ୍ୟାଟୋସଙ୍କ ନିକଟକୁ ହାରି ଯାଇଥିଲେ। ଫାଇନାଲରେ ପରାଜୟ ପରେ ସାନିଆ ଅତ୍ୟନ୍ତ ଭାବପ୍ରବଣ ହୋଇ ନିଜ ଲୁହକୁ ରୋକି ପାରି ନ ଥିଲେ।
ମ୍ୟାଚ ପରେ ସାନିଆ ମିର୍ଜା କହିଛନ୍ତି, ‘ମୋର ଖେଳିବାକୁ ଆଉ ଦୁଇଟି ଟୁର୍ନାମେଣ୍ଟ ଅଛି। ମୋର କ୍ୟାରିୟର ମେଲବୋର୍ନରେ ଆରମ୍ଭ ହୋଇଥିଲା। ୨୦୦୫ରେ ମୁଁ ତୃତୀୟ ରାଉଣ୍ଡରେ ସେରେନା ୱିଲିୟମ୍ସଙ୍କ ବିପକ୍ଷରେ ଖେଳିଥିଲି। ସେତେବେଳେ ମୋର ବୟସ ୧୮ ବର୍ଷ ଥିଲା। ମୁଁ ସୌଭାଗ୍ୟବାନ। ମୁଁ ଏକ ଗ୍ରାଣ୍ଡ ସ୍ଲାମ୍‌ରେ କ୍ୟାରିଅର୍‌ ଶେଷ କରିବାକୁ ଚାହୁଁଥିବା କ’ଣ ଭଲ ମଞ୍ଚ ମୁଁ ଭାବି ପାରିବି ନାହିଁ। ମୋତେ ଏଠାରେ ଘରେ ଅନୁଭବ କରିଥିବାରୁ ଧନ୍ୟବାଦ।
ସାନିଆ ତାଙ୍କ କ୍ୟାରିୟରରେ ୩ଟି ମହିଳା ଡବଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ଏବଂ ୩ଟି ମିକ୍ସ ଡବଲ୍ସ ଟାଇଟଲ ଜିତିଛନ୍ତି।

Share