୩ ବୁଥ୍‌ରେ ସାନି ମତଦାନ

ଭଦ୍ରକ ଅଫିସ,୨୬।୩: ଭଦ୍ରକ ପୌରପାଳିକାର ୨୪ ନଂ ୱାର୍ଡର ୬୫, ୬୬ ଏବଂ ୬୭ ନମ୍ବର ବୁଥ୍‌ରେ ଶୁକ୍ରବାର ସାନି ମତଦାନ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ୩ ବୁଥ୍‌ରେ ଭୋଟଗ୍ରହଣ ଚାଲିଥିଲା। ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗୋଟିଏ ପ୍ଲାଟୁନ ଫୋର୍ସ, ୩ ଜଣ ଡିଏସ୍‌ପି, ୮ ଏସ୍‌ଆଇ ଓ ସବ୍‌ଇନ୍ସପେକ୍ଟର ଓ ଅତିରିକ୍ତ ଏସ୍‌ପି ଯତୀନ କୁମାର ପଣ୍ଡା ଉପସ୍ଥିତ ରହି ନଜର ରଖିଥିଲେ। ସୂଚନାଯୋଗ୍ୟ, ଗୁରୁବାର ନିର୍ବାଚନ ପାଇଁ ଭୋଟଗ୍ରହଣ ଚାଲିଥିବା ବେଳେ ଏହି ୩ ବୁଥ୍‌ରେ ରିଗିଂ ନେଇ ଅଭିଯୋଗ ହୋଇଥିଲା।