୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର ଅନୁମୋଦନ ପରେ ସାଧାରଣ ସମ୍ପାଦକ କେସି ବେନୁଗୋପାଳ ଏହି ପିସିସି ତାଲିକାକୁ ପ୍ରକାଶ କରିଛନ୍ତି। ଦାସ ପୂର୍ବରୁ ଛାତ୍ର ଓ ଯୁବ କଂଗ୍ରେସରେ ମଧ୍ୟ ଜିଲା ଓ ରାଜ୍ୟ କମିଟିରେ କାର୍ଯ୍ୟ କରିଛନ୍ତି। ବିଭିନ୍ନ ଜିଲାକୁ ପର୍ଯ୍ୟବେକ୍ଷକ ଭାବେ ଦକ୍ଷତା ସହିତ କାର୍ଯ୍ୟ କରିଛନ୍ତି। ପୂର୍ବରୁ କଂଗ୍ରେସର ଅନେକ ପଦବୀରେ ରହିଛନ୍ତି।

ସୂଚନାଯୋଗ୍ୟ, ଜିଲା କଂଗ୍ରେସ ସଭାପତି ପାଇଁ ସୃଜନ ସଂଗଠନ ଅଭିଯାନ ମାଧ୍ୟମରେ ତାଙ୍କ ନାମ ମଧ୍ୟ ସୁପାରିସ ହୋଇଥିଲା। ଦାସ ତାଙ୍କ ନିଯୁକ୍ତିରେ ସେ ଏଆଇସିସିର ସଭାପତି ମଲିକାର୍ଜୁନ ଖାଡ୍‌ଗେ, ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇ, ପିସିସି ସଭାପତି ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଏବଂ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Dharitri – Odisha’s No.1 Odia Daily

Share