Categories: ବାଣିଜ୍ୟ

ବିକ୍ରି ହେବ ସ୍ୟାଣ୍ଡଓ୍ବିଚ୍‌ର ଲୋକପ୍ରିୟ ବ୍ରାଣ୍ଡ ‘ସବ୍‌ଓ୍ବେ’

ନୂଆଦିଲ୍ଲୀ,୨୫।୮: ଲୋକପ୍ରିୟ ସ୍ୟାଣ୍ଡୱିଚ୍‌ ଚେନ ‘ସବ୍‌ୱେ’ ନିଜକୁ ଘରୋଇ ଇକ୍ୱିଟି ଫାର୍ମ ରୋର୍କ କ୍ୟାପିଟାଲକୁ ୯.୫୫ ବିଲିୟନ ଡଲାରରେ ବିକ୍ରି କରୁଛି। ଅନେକ କମ୍ପାନୀ ଏହାକୁ କିଣିବା ଲାଗି ବିଡ୍‌ ଦେଇଥିଲେ। ହେଲେ ରୋର୍କ କ୍ୟାପିଟାଲ ସହ ଡିଲ୍‌ ଫାଇନାଲ ହୋଇଛି।

୧୯୬୫ରେ ଜଣେ ୧୭ ବର୍ଷୀୟ ଯୁବକ ଫ୍ରେଡ୍‌ ଡେଲୁକା ସବୱେ ପ୍ରତିଷ୍ଠା କରିଥିଲେ। ଏହାପରେ କମ୍ପାନୀ ୧୦୦ରୁ ଅଧିକ ଦେଶରେ ୩୭,୦୦୦ ଆଉଟଲେଟ୍‌ ସହିତ ବିଶ୍ୱର ସର୍ବବୃହତ ରେଷ୍ଟୁରାଣ୍ଟ ହୋଇପାରିଛି।

Share