Posted inଖେଳ

ସନ୍ଦିପ ମହାନ୍ତି ମେମୋରିଆଲ ଓପନ ଚେସ୍‌: ହର୍ଷିତ ଚାମ୍ପିୟନ, ସ୍ବପ୍ନିଳ ରନର୍ସଅପ୍‌

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ୧୩ତମ ସନ୍ଦିପ ମହାନ୍ତି ମେମୋରିଆଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ କଟକର ହର୍ଷିତ ରଞ୍ଜନ ସାହୁ ଚାମ୍ପିୟନ, ଭୁବନେଶ୍ୱରର ସ୍ବପ୍ନିଳ ପ୍ରିୟଦର୍ଶୀ ରନର୍ସଅପ୍‌ ଏବଂ ଫିଡେ ମାଷ୍ଟର ସୌମ୍ୟ ରଞ୍ଜନ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ତିନି ଖେଳାଳିଙ୍କ ସମେତ ୪ର୍ଥ ସ୍ଥାନରେ ରହିଥିବା ଦେବୀ ପ୍ରସାଦ ବିଶ୍ୱାଳ ୬ ପଏଣ୍ଟ ଲେଖାଏ ପାଇଛନ୍ତି। ସମାନ ପଏଣ୍ଟ ପାଇଥିଲେ ହେଁ ବୁକୋଲଜରେ ଖେଳାଳି ର଼୍ୟାଙ୍କ୍‌ ସ୍ଥିର କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ବିଭୂତି ଭୂଷଣ ଦାସ, ମାନସ ରଞ୍ଜନ ପରିଡ଼ା, ମାନସ ରଞ୍ଜନ ମହାରଣା, ଜ୍ୟୋତିରଞ୍ଜନ ପଣ୍ଡା, ରବୀନ୍ଦ୍ର କୁମାର ଓଝା, ପ୍ରକାଶ ଚନ୍ଦ୍ର ସାହୁ, ହୃଦାନନ୍ଦ ସାମନ୍ତରା(ସମସ୍ତେ ୫ ପଏଣ୍ଟ), ରାଜେନ୍ଦ୍ର କୁମାର ସାହୁ ଓ ଲୋରେନ୍ସ ପ୍ରଧାନ (ଉଭୟ ୪.୫ ପଏଣ୍ଟ) ଶୀର୍ଷ ୧୩ ଜଣଙ୍କ ମଧ୍ୟରେ ରହିଛନ୍ତି। ସେହିପରି ୮ ବର୍ଷରୁ କମ୍‌ ବର୍ଗରେ ଈଶାନି ଦାସ, ଅର୍କ ମିଶ୍ର, ୧୦ ବର୍ଷରୁ କମ୍‌ରେ ରୋହିତ ମଲିକ, ସାଇ ଅମୃତ ପରିଜା, ୧୨ ବର୍ଷରୁ କମ୍‌ରେ ସ୍ଥିତପ୍ରଜ୍ଞ ସାହୁ, ଆଦିତ୍ୟ ରଞ୍ଜନ ଦାସ, ୧୪ ବର୍ଷରୁ କମ୍‌ ବିଭାଗରେ ଅଞ୍ଜଳି ମିଶ୍ର, ଅମନ୍‌ ଅଲୀ ଏବଂ ବାଳିକା ବର୍ଗରେ ନମସ୍ୟା ନଳିନୀ ଓ ସାହାନା ଲେଙ୍କା ପୁରସ୍କୃତ ହୋଇଛନ୍ତି। ବୈଭବ ମଜୁମଦାର, ମନସିଜ ସାମଲ, ଅମ୍ଳାନ ସେନାପତି, ଲଳିତ ରଞ୍ଜନ ସାହୁ ଓ ଅଂଶୁମାନ ପତି ଶାନ୍ତ୍ୱନା ମୂଳକ ପୁରସ୍କାର ହାସଲ କରିଛନ୍ତି। ଅଦିତି ମହାରଣା ସର୍ବକନିଷ୍ଠ ଖେଳାଳିଭାବେ ଏଥିରେ ଖେଳିଥିଲେ। ଭୁବନେଶ୍ୱର ଡିସିବି ବ୍ୟାଙ୍କ ଶାଖା ମୁଖ୍ୟ ନଳିନୀକାନ୍ତ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଭୁବନେଶ୍ୱର ଚେସ୍‌ ଆସୋସିଏଶନ ସମ୍ପାଦକ ଦେବାଶିଷ ପାଣିଗ୍ରାହୀ, ଉପସଭାପତି ସୀତେନ୍ଦୁ ରାଜଗୁରୁ, ଯୁଗ୍ମ ସମ୍ପାଦକ ସୁରିନ୍ଦରନାଥ ମହାନ୍ତି, କୋଷାଧ୍ୟକ୍ଷ ପ୍ରଭାତ ନାଥ, ସାଇ ବୀଣାପାଣି ଜ୍ଞାନମନ୍ଦିରର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାପାତ୍ର, ସନ୍ଦିପଙ୍କ ସମ୍ପର୍କୀୟ ସୌମେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri