Posted inଜାତୀୟ

ମେଟା ନ୍ୟୁ ଇଣ୍ଡିଆର ମୁଖ୍ୟ ହେଲେ ସନ୍ଧ୍ୟା ଦେବନାଥନ୍‌

ନୂଆଦିଲ୍ଲୀ,୧୭।୧୧: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ଗୁରୁବାର ସନ୍ଧ୍ୟା ଦେବନାଥନ୍‌ଙ୍କୁ ଭାରତର ନୂତନ ମୁଖ୍ୟ ଭାବେ ନିଯୁକ୍ତ କରିଛି। ଅଜିତ ମୋହନଙ୍କ ଇସ୍ତଫା ପରେ ସନ୍ଧ୍ୟାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ବ୍ୟାଙ୍କିଙ୍ଗ, ପେମେଣ୍ଟ ଏବଂ ଟେକ୍ନୋଲୋଜିରେ ତାଙ୍କର ୨୨ ବର୍ଷର ଅଭିଜ୍ଞତା ରହିଛି। ଲିଙ୍କ ଡ ଇନ୍‌ ପ୍ରୋଫାଇଲରେ ସେ ୨୦୦୦ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ ଷ୍ଟଡିଜରୁ ଏମ୍‌ବିଏ ସମାପ୍ତ କରିଥିବା ଉଲ୍ଲେଖ ରହିଛି। ଏପରି କି ସେ ୨୦୧୬ରେ ମେଟାରେ ଯୋଗ ଦେଇଥିଲେ। ସିଙ୍ଗାପୁର ଏବଂ ଭିଏତନାମ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଟେକ ଜଏଣ୍ଟର ଇ- ବାଣିଜ୍ୟ ପଦକ୍ଷେପ ଗଠନ କରିବାରେ ତାଙ୍କର ଅବଦାନ ରହିଥିଲା। ଏଥିରେ ପ୍ରଭାବିତ ହୋଇ କମ୍ପାନୀ ତାଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଡିଏମ୍‌ -ଜିଲା ଆଦିବାସୀ ନେତା ମୁହାଁମୁହିଁ: ଖବରପାଇ ପହଞ୍ଚିଲା ପୋଲିସ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ସୋମବାର ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ବଲାଙ୍ଗୀର ଏଡିଏମ୍‌ ପବିତ୍ର ବେହେରା ଓ ଜିଲା ଆଦିବାସୀ ସଂଘ…

ପରାଜୟ ପରେ ବାହାନା କରିବା ଆରମ୍ଭ କଲେ ଋତୁରାଜ ଗାୟକୱାଡ; ଦର୍ଶାଇଲେ ଦଳର ନୈରାଶ୍ୟଜନକ ପ୍ରଦର୍ଶନର ପ୍ରମୁଖ କାରଣ

ନୂଆଦିଲ୍ଲୀ,୩୧।୩: ଗୁଆହାଟୀରେ ଖେଳାଯାଇଥିବା ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦମ ଦାର ପରାଜୟ ପରେ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାୟକୱାଡ ପରାଜୟର କାରଣ…

ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଲେ ୨ ଛାତ୍ରୀ: ଚାରିଆଡ଼ୁ ଶୁଭେଚ୍ଛା

ଭବାନୀପାଟଣା,୩୧ା୩(ଉତ୍ତମ କୁମାର ଦାଶ):ମାଇଁ ଭାରତ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବିକଶିତ ଭାରତ ଯୁବ ପାର୍ଲାମେଣ୍ଟ ପାଇଁ କଳାହାଣ୍ଡି ଜିଲାରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଯୁଦ୍ଧ ମଧ୍ୟରେ କାହିଁକି ଭାଇରାଲ ହେଲା ଟ୍ରମ୍ପଙ୍କ ପୁରୁଣା ବୟାନ? ଜାଣନ୍ତୁ କ’ଣ କହିଛନ୍ତି ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି

ଓ୍ବାଶିଂଟନ,୩୧।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ୧୯୮୭ ମସିହାର ଏକ ପୁରୁଣା ସାକ୍ଷାତକାର ଶେୟାର କରିଛନ୍ତି, ଯେଉଁଥିରେ ସେ ଇରାନ ସମ୍ପର୍କରେ ଅତ୍ୟନ୍ତ ଆକ୍ରମଣାତ୍ମକ…

କେବେ ସରିବ ଇରାନ-ଇସ୍ରାଏଲ ଯୁଦ୍ଧ? ଇରାନ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଅପଡ଼େଟ୍

ତେହରାନ,୩୧।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି, ତଥାପି ମିଶାଇଲ୍ ଏବଂ ଡ୍ରୋନର ଆକ୍ରମଣ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଆମେରିକା କିମ୍ବା…

ଇଣ୍ଡୋନେସିଆରେ ବୁଡ଼ିଲା ଡଙ୍ଗା, ୨୭ ନିଖୋଜ

ଜାକର୍ତ୍ତା,୩୧।୩: ଇଣ୍ଡୋନେସିଆର ଏକ ଦୁର୍ଗମ ଗ୍ରାମକୁ ଯାଉଥିବା ଏକ ଡଙ୍ଗା ଖରାପ ପାଗରେ ଫସିଯିବା ପରେ ବୁଡ଼ି ଯାଇଥିବା ଖବର ମିଳିଛିା। ଏହି ଘଟଣାରେ ୨୭ ଜଣ…

୪ ବର୍ଷ ହେଲା ସରୁନାହିଁ ପାନୀୟଜଳ ପ୍ରକଳ୍ପ କାମ: ପାଣି ପାଇଁ ଡହଳବିକଳ ଗ୍ରାମବାସୀ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ପିପିଲିପାଲିରେ ପୋଖରୀ, ନାଲା ଶୁଖିଲା ପଡିଛି। ଏପରି ଗ୍ରାମର ନଳକୂପରୁ ପାଣି ବାହାରୁ ନାହିଁ। ଏଭଳି ପରିସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri