ଚାଷଜମି ଦେଇ ବାଲିଚାଲାଣ

ଜଳେଶ୍ୱର, ୩୧ା୩(ରବିନାରାୟଣ ପାତ୍ର)ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ବାଲି ସଇରାତଗୁଡିକୁ ଖଣିବିଭାଗ ଅଦ୍ୟାବଧି ନିଲାମ ଦେଇ ନ ଥିବାରୁ ବିଭିନ୍ନ ସ୍ଥାନରୁ ପ୍ରତିଦିନ ରାତିରେ ଶହ ଶହ ଟ୍ରାକ୍ଟର ବାଲି ଚୋରା ଚାଲାଣ ହେଉଛି। ଏଥିରେ ବାଲିମାଫିଆ ଟ୍ରାକ୍ଟର ମାଲିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ସରକାରଙ୍କ ବ୍ୟାପକ ରାଜସ୍ବ କ୍ଷତି ଘଟୁଛି ା
ଅନ୍ୟପକ୍ଷରେ ଟ୍ରାକ୍ଟର ମାଲିକମାନେ ବାଲି ବୋଝେଇ ଟ୍ରାକ୍ଟର ଚାଷ ଜମି ଉପରେ ଜବରଦସ୍ତ ଚଳାଚଳ କରୁଛନ୍ତି। ଏହାକୁ ବିରୋଧ କରିବାରୁ ଜଣେ ଚାଷୀଙ୍କୁ ବାଲି ମାଫିଆମାନେ ଧମକ ଚମକ ଦେବା ସହ ଜୀବନରୁ ମାରିଦେବେ ବୋଲି କହିଛନ୍ତି ା ଚାଷୀ ଜଣକ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ବିଭାଗର ଉଦାସୀନତା ଯୋଗୁ ବାଲି ଖାଦାନଗୁଡିକ ନିଲାମ ହୋଇପାରୁନାହିଁ। ବାଲିର ଆବଶ୍ୟକତା ଥିବାରୁ ଚୋରାଚାଲାଣକାରୀମାନେ ଆଦୌ ରାଜସ୍ବ ନ ଦେଇ ଟ୍ରାକ୍ଟର ପିଛା ୩ହଜାର ଟଙ୍କା ଲୁଟୁଛନ୍ତି ା ରାୟାଁରାମଚନ୍ଦ୍ରପୁର ଗାଁର ଏକତାଳି ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ା ଚୋରାଚାଲାଣକାରୀମାନେ ଜବରଦସ୍ତ ଚାଷଜମି ଉପରେ ବାଲି ବୋଝେଇ ଟ୍ରାକ୍ଟର ଚଳାଚଳ କରୁଛନ୍ତି। ମନ୍ମଥ ଦାସଙ୍କ ପୁଅ ଜଗବନ୍ଧୁ ଦାସ ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ତାଙ୍କ ଜମି ଉପରେ ଯିବା ଲାଗି ନ ଦେଇ ବାଡ କରିଥିବାରୁ ତାଙ୍କୁ ବିଭିନ୍ନ ଧମକ ଦିଆଯାଇଛି ା ଗାଁର ବିଜୟ ପାଳ, ଯୋଗେନ୍ଦ୍ର ପାଳ, ଶିବ ପାଳ, ସପନ ପାଳ, ଟେରା ଜେନା, କୁନା ସାହୁ, ରମାକାନ୍ତ ଦାସ, ଶଙ୍କର ସାହୁ, ପ୍ରଦୀପ ସାହୁ, ଅକ୍ଷୟ ସାହୁ, ଟୁଲୁ ଗିରି, ବାପି ଗିରି, ତପନ ବାରିକ, ଲକ୍ଷ୍ମୀଚରଣ ଜେନା, ନରହରି ପାଳ, ମାନସ ଜେନା, ଧଙ୍କିଆ ଜେନା ଓ ଲେଢା ଜେନା ପ୍ରମୁଖ ଜଗବନ୍ଧୁଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଜଗବନ୍ଧୁଙ୍କ ପରିବାର ଲୋକେ ଏ ସମ୍ପର୍କରେ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ା ସେହିପରି ଗୋପାଳପୁର, ମାକିଡିଆ, ବେହେରାସାହି, କୁଅଁରପୁର, ଦକ୍ଷିଣପ୍ରହରାଜପୁର, ଶ୍ରୀରାମପୁର, ଗୋବରଘଟା, ଶିଖରପୁର, ଭାନୁପୁର, ମହମ୍ମଦନଗରପାଟଣା, ସେକସରାଇ, ଜମାଳପୁର, କୋଟସାହି, କଣ୍ଟାପାଳ, ରେଳା ଓ ପଶ୍ଚିମବାର୍ଡ ଗଁା ନିକଟରୁ ବ୍ୟାପକ ବାଲି ଉତ୍ତୋଳନ ହେଉଥିବା ଜଣାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri