ଚନ୍ଦନରେ ରହିଛି ଏସବୁ ଉପକାରୀ ଗୁଣ

ଅନିୟମିତ ଜୀବନଶୈଳୀ ସହ ପ୍ରଦୂଷିତ ବାୟୁମଣ୍ଡଳ ଯୋଗୁ ଆଜିକାଲି ଅଧିକାଂଶ ଲୋକଙ୍କ ତ୍ୱଚାରେ ସମସ୍ୟା ଦେଖାଦେଉଛି। ତେବେ ତ୍ୱଚା ପାଇଁ ଚନ୍ଦନ ସବୁଠୁ ଉପକାରୀ ବୋଲି ଆୟୁର୍ବେଦିକ୍‌ ଡାକ୍ତର କୁହନ୍ତି। ଏହା ତ୍ୱଚାକୁ ଥଣ୍ଡା ରଖିବା ସହ ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର କରିଥାଏ। ଜାଣନ୍ତୁ ଏ ସମ୍ପର୍କରେ…

– ଖରା ଯୋଗୁ ତ୍ୱଚା କୁଣ୍ଡାଇ ହୋଇ ଲାଲ୍‌ ପଡ଼ିଯାଇଥାଏ। ଚନ୍ଦନରେ ଆଣ୍ଟି-ଇନ୍‌ଫ୍ଲେମେଟୋରୀ ଗୁଣ ରହିଛି। ତେଣୁ ଏହାର ପ୍ରଲେପ ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

-ଅତ୍ୟଧିକ ଖରାରେ ବାହାରକୁ ବାହାରିଲେ ତ୍ୱଚା ମଳିନ ପଡ଼ିଯାଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଚନ୍ଦନ ଲଗାଇବା ସବୁଠୁ ଭଲ।

-ଏହା ତ୍ୱଚାକୁ ପୋଷଣ ଯୋଗାଇବା ସହ ଏଥିରେ ଜମିଥିବା ତୈଳକୁ ବାହାର କରିଥାଏ।

– କୌଣସି ବିଷାକ୍ତ ପୋକ କାମୁଡ଼ିଥିଲେ ଚନ୍ଦନ ଲଗାଇଲେ ଉପଶମ ମିଳିଥାଏ।

-ଚନ୍ଦନରେ ଥିବା ପ୍ରୋଟିନ୍‌ ତ୍ୱଚାକୁ ଆଲର୍ଜିରୁ ଦୂରେଇ ରଖେ। ସେଥିପାଇଁ ଅଧିକାଂଶ ଫେସ୍‌ପ୍ୟାକ୍‌ରେ ଚନ୍ଦନର ମିଶ୍ରଣ ଥାଏ।

– ହଳଦୀ ସହ ଚନ୍ଦନ ଘୋରି ଲଗାଇଲେ ତ୍ୱଚାରେ ଚମକ ଆସିଥାଏ। ଏପରି ନିୟମିତ ଭାବେ କଲେ ମୁହଁରୁ କଳାଦାଗ ଦୂର ହୋଇଥାଏ।