ରାତିରେ ସରକାରୀ ଜମିରୁ ବାଲି ଲୁଟ୍‌

ପୁରୀ ଅଫିସ,୨୭ା୮: ପୁରୀ ଜିଲା ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପ୍ରାଚୀର ଭାବେ ପ୍ରାକୃତିକ ବାଲିସ୍ତୂପ କାମ କରୁଥିଲା। ବର୍ଷା, ପବନ ଅବା ସମୁଦ୍ର ଲୁଣାପାଣି ମାଡ଼ିି ଆସିବାରୁ ଏହା ପ୍ରତିହତ କରି ପାରୁଥିଲା। ହେଲେ ଆଜି ଆଉ ସେଭଳି ଚିତ୍ର ନାହିିଁ। ବାଲିମାଫିଆଙ୍କ ଲୋଲୁପ ଦୃଷ୍ଟିରେ ପ୍ରାକୃତିକ ବାଲିସ୍ତୂପ ନଷ୍ଟ ହୋଇଗଲାଣି। ଗୋଟିଏ ପଟେ ବାଲି ଚୋରା ଚାଲାଣ କରି ମାଫିଆମାନେ ମାଲାମାଲ୍‌ ହେଉଥିବାବେଳେ ଅନ୍ୟପଟେ ଅନେକ ସମୟରେ ଜନବସତିକୁ ସମୁଦ୍ର ଜୁଆର ମାଡ଼ିି ଆସିବା ଭଳି ସ୍ଥିତି ସୃଷ୍ଟି ହେଉଛି। ଏହାସତ୍ତ୍ୱେ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ରାତିଅଧିଆ ସରକାରୀ ଜମିରୁ ବାଲି ଲୁଟ୍‌ ବଢିଚାଲିଛି। ସରକାର ମଧ୍ୟ ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି।
ପୁରୀ ଜିଲାରେ ବେଆଇନ ବାଲି ଚାଲାଣ ଉପରେ ରୋକ୍‌ ଲାଗି ପାରୁନାହିଁ। ଅନେକ ସମୟରେ ଅଭିଯୋଗ ପରେ ଧରପଗଡ଼ ହେଉଥିଲେ ବି ପରବର୍ତ୍ତୀ ସମୟରେ ପ୍ରଶାସନ ନିଷ୍କ୍ରିୟତାର ସୁଯୋଗ ଉଠାଉଛନ୍ତି ମୁନାଫାଖୋର ବାଲି ବ୍ୟବସାୟୀ। ବିଶେଷକରି ପୁରୀ ସହରରେ ଏହି ବେଆଇନ କାରବାର ବଢିଚାଲିଛି। ଗତ ଶନିବାର ପୁରୀ ମ୍ୟୁନିସିପାଲିଟିର ଡମ୍ପିଂୟାର୍ଡ ନିକଟ ଏକ ସରକାରୀ ଜମିରୁ ବାଲି ଚୋରା ଚାଲାଣ ହେଉଥିଲା। ଏକ ଟ୍ରାକ୍ଟରରେ ବାଲି ଲୋଡ୍‌ କରାଯାଉଥିବା ଖବର ପାଇ ବଳିଆପଣ୍ଡା ପୋଲିସ ସେଠାରେ ଚଢାଉ କରିଥିଲା। ୨ଜଣ ଖସିଯାଇଥିବା ବେଳେ ୩ଜଣଙ୍କୁ ଗିରଫ କରାଯିବା ସହ ବାଲି ଭର୍ତ୍ତିି ଏକ ଟ୍ରାକ୍ଟର ଜବତ କରାଯାଇଥିଲା। ଏଭଳି ଭାବେ ପ୍ରତିଦିନ ବିଭିନ୍ନ ସ୍ଥାନରୁ ବାଲି ଚୋରାଚାଲାଣ ହେଉଛି। ଗତବର୍ଷ ପୁରୀ ବଳିଆପଣ୍ଡା ଅଞ୍ଚଳରେ ଏକ ବଡ଼ ବାଲିମାଫିଆ ର଼୍ୟାକେଟକୁ ଧରିଥିଲା ପୋଲିସ। ସମୁଦ୍ର ବେଳାଭୂମି କଡ଼ ବଳିଆପଣ୍ଡା ଓ ସିପସରୁବାଲି ଅଞ୍ଚଳରେ ବାଲିସ୍ତୂପ ଥିବାରୁ ମାଫିଆଙ୍କ ନଜର ଏହି ଅଞ୍ଚଳ ଉପରେ ପଡ଼ିଥିଲା। ବାଲି ଚାଲାଣ ଯୋଗୁ ଏହି ଅଞ୍ଚଳର ଅନେକ ଜାଗାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଗତବର୍ଷ ଫେବୃୟାରୀ ୨୨ତାରିଖ ରାତିରେ ବଳିଆପଣ୍ଡା ପାଖ ବେଳାଭୂମି କଡ଼ରୁ ଦୁଇଟି ଜେସିବି ସାହାଯ୍ୟରେ ବାଲି ଖୋଳାଯାଇ ଚୋରା ଚାଲାଣ କରାଯାଇଥିଲା। ପ୍ରାୟ ୧୫ଟି ହାଇୱା, ଡମ୍ପର ଏବଂ ଟ୍ରକ୍‌ ବାଲି ନେବା ପାଇଁ ଠିଆ ହୋଇଥିବା ପ୍ରଶାସନ ପାଖରେ ଖବର ପହଞ୍ଚିଥିଲା। ରାତିଅଧିଆ ଚଢାଉ କରାଯାଇ ୧୭ଟି ଗାଡ଼ି ଜବତ ସହ ୯ ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା। ଏହାପରେ କିଛିଦିନ ଏହି ବେଆଇନ କାରବାର ଧିମେଇ ଯାଇଥିଲା। ମାତ୍ର ଏବେ ପୁଣି ମାଫିଆ ସକ୍ରିୟ ହୋଇ ଉଠିଛନ୍ତି। ତେବେ ଏ ନେଇ ପୁରୀ ସଦର ତହସିଲଦାର ରବୀନ୍ଦ୍ର ପ୍ରଧାନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri