୩ଗୁଣ ଅଧିକ ମୂଲ୍ୟରେ ବିକ୍ରି ହେଉଛି ବାଲି

ଜଳେଶ୍ୱର,୫ା୬(ଡି.ଏନ୍‌.ଏ.): ଉତ୍ତର ବାଲେଶ୍ୱରରେ ସୁବର୍ଣ୍ଣରେଖା ବାଲିର ଚାହିଦ ରହିଥାଏ। କିନ୍ତୁ ସରକାରଙ୍କ ନୂତନ ନୀତି ଅନୁଯାୟୀ ୨୩ଟି ଯାକ ସଇରାତକୁ ନିଲାମ ଦିଆଯାଇ ନ ଥିବାରୁ ବାଲି ଉତ୍ତୋଳନ ବନ୍ଦ ରହିଛି। ଫଳରେ ଉତ୍ତର ବାଲେଶ୍ୱରର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟ ବନ୍ଦ ରହିଛି। ହେଲେ ବିଳମ୍ବିତ ରାତିରେ ବାଲି ଚୋରାଚାଲାଣୀକାରୀମାନେ ବାଲି ଉତ୍ତୋଳନ କରି ୩ ଗୁଣା ଅଧିକ ମୂଲ୍ୟରେ ବିକ୍ରି କରି ମାଲେମାଲ ହେଉଛନ୍ତି।
ଉତ୍ତର ବାଲେଶ୍ୱରର ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା, ରାସଗୋବିନ୍ଦପୁର, ରାଇବଣିଆ, ସହିତ ପଶ୍ଚିମ ଓ ପୂର୍ବ ମେଦିନୀପୁର ଜିଲାର ବିଭିନ୍ନ ନିର୍ମାଣ କାଯର୍‌ୟରେ ସୁବର୍ଣ୍ଣରେଖା ବାଲି ବ୍ୟବହାର ହୋଇଥାଏ। ଏହିସବୁ ଅଞ୍ଚଳରେ ବାଲି ସଇରାତଗୁଡିକ ପ୍ରାୟ ବନ୍ଦ ରହିଛି। ଚାହିଦାକୁ ଲକ୍ଷ୍ୟ କରି ବାଲି ଚୋରାଚାଲାଣକାରୀମାନେ ବାଲି ଚୋରିରେ ବ୍ୟସ୍ତ ରହିଛନ୍ତି। ପ୍ରତି ଦିନ ରାତିରେ ନଦୀରେ ବିଭିନ୍ନ ଅଞ୍ଚଳରୁ ଚୋରାରେ ବାଲି ଉତ୍ତୋଳନ କରି ଚାଲାଣ କରୁଛନ୍ତି। ସନ୍ଧ୍ୟା ୭ଟାରୁ ସକାଳ ୬ଟା ଯାଏ ଡମ୍ପର ଓ ଟ୍ରାକ୍ଟରରେ ବାଲି ପରିବହନ ହେଉଛି। କାଁ, ଭାଁ ସ୍ଥାନରେ ତହସିଲଦାର ଓ ଟାକ୍ସଫୋର୍ସ ଚଡାଉ ଜାରି ରଖିଥିବା ବେଳେ ଚୋରାଚାଲାଣକାରୀମାନେ ଭୟଭୀତ ନ ହୋଇ ଏପରି ଚୋରା ଚାଲାଣରେ ବ୍ୟସ୍ତ ରହୁଛନ୍ତି। ୩ଗୁଣା ଅଧିକ ମୂଲ୍ୟରେ ବାଲି ବିକ୍ରି ହେଉଥିବାରୁ ସରକାରୀ ନିର୍ମାଣ କାଯର୍‌ୟ ଠପ୍‌ ହୋଇଛି। ଅତିଶୀଘ୍ର ବାଲି ସଇରାତଗୁଡିକର ନିଲାମ ହୋଇପାରିଲେ ଚାହିଦା ମେଣ୍ଟାଇବା ସହିତ ପୂର୍ବଭଳି ବ୍ୟାପକ ରାଜସ୍ବ ସରକାରୀ ତହବିଲକୁ ଆସିପାରିବ। ଏଥିପ୍ରତି ଜିଲାପାଳ ଓ ରାଜସ୍ୟ ବିଭାଗ ଗୁରୁତ୍ୱ ଦେବାକୁ ଦାବି ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri