ଚାଷୀଙ୍କ ମୁହଁରେ ହସ ଫୁଟାଇଲା ରେତ ଜଳସେଚନ ପ୍ରକଳ୍ପ: ମରୁଡ଼ି ଅଞ୍ଚଳ ହେଲା ଶସ୍ୟଶ୍ୟାମଳା

ଭବାନୀପାଟଣା,୨୬ା୯ (ଉତ୍ତମ କୁମାର ଦାଶ):ଜଳସେଚନ ଅଭାବରୁ ଦିନେ ଯେଉଁ ଅଞ୍ଚଳରେ ମରୁଡି ଭଳି ସ୍ଥିତି ଉପୁଜୁଥିଲା ଆଜି ସେହି ଅଞ୍ଚଳରେ ଜଳ ସେଚନ ପରେ ଚାଷ ଜମି ଶସ୍ୟଶ୍ୟାମଳା ହୋଇଛି। ଏହାର ଶ୍ରେୟ ନେଉଛି ରେତ ଜଳସେଚନ ପ୍ରକଳ୍ପ। ଏହି ପ୍ରକଳ୍ପ ଏବେ ସ୍ଥାନୀୟ ଚାଷୀଙ୍କ ମୁହଁରେ ହସ ଫୁଟାଇଛି।
କଳାହାଣ୍ଡି ଜିଲା ନର୍ଲା ବ୍ଲକ ବଡ଼ଧାରପୁର ପଞ୍ଚାୟତର କୁଟିଙ୍ଗପଦରଠାରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି। ୨୦୦୪ ଫେବୃଆରୀ ୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ୨୦୧୮ରେ ପ୍ରକଳ୍ପ କାମ ଶେଷ ହୋଇଥିବାବେଳେ ୧୬ ଫେବୃଆରୀ ୨୦୧୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ। ପ୍ରକଳ୍ପ ପାଇଁ ୭୬୮.୪୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ପ୍ରକଳ୍ପ ହେବା ପରେ ନର୍ଲା ସମେତ ଭବାନୀପାଟଣା, ଲାଞ୍ଜିଗଡ଼ ଓ କେସିଙ୍ଗା ବ୍ଲକର ମରୁଡି ଅଞ୍ଚଳର ଚାଷ ଜମିକୁ ଉଭୟ ଖରିଫ ଓ ରବିରେ ଜଳସେଚନ ହୋଇପାରୁଛି। ଖରିଫରେ ୮୫୦୦ ହେକ୍ଟର ଓ ରବିରେ ୨୨୫୦ହେକ୍ଟର ଜମିକୁ ଜଳସେଚନ ହେଉଛି। ସେଥିମଧ୍ୟରୁ ନର୍ଲା ବ୍ଲକରେ ୩୪୫୬ ହେକ୍ଟର, କେସିଙ୍ଗା ୧୦୮୭ ହେକ୍ଟର, ଭବାନୀପାଟଣା ୩୮୦୩ ଓ ଲାଞ୍ଜିଗଡ ବ୍ଲ୍ଳକର ୧୪୫ ହେକ୍ଟର ଚାଷ ଜମିକୁ ଜଳ୍‌ସେଚିତ ହେଉଛି। ଏହି ପ୍ରକଳ୍ପ ଦ୍ବାରା ୪ ବ୍ଲକର ୯୭ ଗ୍ରାମର ୫୧୯୫ ଜଣ ଚାଷୀ ଉପକୃତ ହେଉଛନ୍ତି। ରେତ ଡ୍ୟାମ୍‌ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୭୨୪୯. ୭୮୭ ହେକ୍ଟୋମିଟର ରହିଥିବାବେଳେ ୨୬୨ କି.ମି. ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ। ପ୍ରକଳ୍ପରୁ ୧୯୬.୮ କି.ମି. ଉଭୟ ବାମ ଓ ଦକ୍ଷିଣ କେନାଲ ମାଧ୍ୟମରେ ଚାଷୀଙ୍କୁ ଜଳ ଯୋଗାଣ କରାଯାଉଛି। ପୂର୍ବରୁ ଇନ୍ଦ୍ରାବତୀ ପ୍ରକଳ୍ପ ଯୋଗୁ କେବଳ ଧର୍ମଗଡ ଉପଖଣ୍ଡ ଅଞ୍ଚଳର ଚାଷୀ ଉଭୟ ଖରିଫ ଓ ରବିରେ ଧାନ ଚାଷ କରି ଉପକୃତ ହେଉଥିଲେ। ଏବେ କିନ୍ତୁ ରେତ ପ୍ରକଳ୍ପ ଯୋଗୁ ଭବାନୀପାଟଣା ଉପଖଣ୍ଡର ଉପରୋକ୍ତ ବ୍ଲକର ଚାଷୀମାନେ ଉଭୟ ଖରିଫ ଓ ରବିରେ ଧାନ ଚାଷକରି ଉପକୃତ ହୋଇପାରୁଛନ୍ତି। ଏ ନେଇ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଅନନ୍ତ ରାମ ନାଏକଙ୍କୁ ପଚାରିବାରୁ ଚାଷୀଙ୍କୁ ଠିକ ଭାବରେ ଓ ସୁବିଧାରେ ଜଳସେଚନ ସୁବିଧା ଯୋଗାଇବା ପାଇଁ ପଦକ୍ଷେପ ନେଉଛୁ ବୋଲି ପ୍ରକାଶ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri