ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟିର ଆଲୋଚନା ସଭା: ଅଫିସର ରାଜ ବିରୋଧରେ…

ଦିଗପହଣ୍ଡି, ୨୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଅନ୍ତର୍ଗତ ତିଳେଶ୍ବର ଗ୍ରାମର ଠାକୁରାଣୀ ମନ୍ଦିର ପରିସରରେ ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟିର ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ବରିଷ୍ଠ କୃଷକ ନେତା ଶମ୍ଭୁ ପଣ୍ଡା ସଭାପତିତ୍ୱ କରିଥିଲେ।

ଏକଦା ସାନଖେମୁଣ୍ଡି ବ୍ଲକ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ଦୁର୍ଗ ଭାବେ ପରିଗଣିତ ହେଉଥିବା ବେଳେ ବ୍ଲକ ଅଧ୍ୟକ୍ଷ ପଦ ମଧ୍ୟ ଦଖଲ କରି ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇଥିଲା। ସ୍ଥାନୀୟ ବିବିଧ ଜନସମସ୍ୟାକୁ ନେଇ ସିପିଆଇ ନେତୃବୃନ୍ଦଙ୍କ ଲଢେଇ ଯୋଗୁ ପ୍ରଶାସନିକ ସ୍ତରରେ ପାର୍ଟିର ବେଶ ଖ୍ୟାତି ମଧ୍ୟ ରହିଥିଲା। ବର୍ତ୍ତମାନ ପୁଣି ଥରେ ସେହି ଗୌରବମୟ ଅତୀତକୁ ଫେରାଇବା ପାଇଁ ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ମାଧ୍ୟମରେ ପଞ୍ଚାୟତସ୍ତରରେ ସିପିଆଇର ନେତୃବୃନ୍ଦ ଓ କର୍ମୀମାନେ ଏକାଠି ହେଉଥିବା ଦେଖାଯାଇଛି। ପଞ୍ଚାୟତଗୁଡିକରେ ରହିଥିବା ପାନୀୟଜଳ ସମସ୍ୟା, କୃଷି ଓ କୃଷକଙ୍କ ସମସ୍ୟା ସହିତ ସାନଖେମୁଣ୍ଡି ବ୍ଲକ ବିଭିନ୍ନ କାର୍ଯ୍ୟାଳୟରେ ଚାଲିଥିବା ଅଫିସର ରାଜ ବିରୋଧରେ କ୍ରିୟାନୁଷ୍ଠାନ କମିଟି ଜନ ସଚେତନତା ସୃଷ୍ଟି କରିବା ସହିତ ପାର୍ଟିକୁ ପୁଣି ଲୋକାଭିମୁଖୀ କରିବା ଲକ୍ଷ୍ୟରେ ରହିଛି।

ଆଲୋଚନା ସଭାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ, ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ବାଇଁ, ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନ, ପୂର୍ବତନ ସରପଞ୍ଚ ସୁଶାନ୍ତ ସ୍ବାଇଁ, ଭଗବାନ ରାଉତ, ଅଶୋକ ଜେନା, , ସୂର୍ଯ୍ୟ ଦଳବେହେରା, ମନୋହର ପଣ୍ଡା, ଶ୍ୟାମସୁନ୍ଦର ଦୋରା, କୃଷ୍ଣମୂର୍ତ୍ତି ପାତ୍ର, କୈଳାସ ଚନ୍ଦ୍ର ପାତ୍ର, ବିଶ୍ବନାଥ ବରାଡ, ଗୋଲା ସ୍ବାଇଁ, ଭାସ୍କର ମହାନ୍ତି, ଅନନ୍ତ ମହାଙ୍କୁଡ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ମୁଖିଆ ବୃନ୍ଦ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri