Categories: ଫୁରସତ

ରାସ୍ତାରେ ଚାଲୁଛି ୧୩୯ ବର୍ଷର ପୂରୁଣା ଘର

ସାନ୍‌ ଫ୍ରାନ୍‌ସିସ୍‌କୋରେ ଲୋକମାନେ ରବିବାର ଏକ ଅଜବ ଜିନିଷ ଦେଖିବାକୁ ପାଇଛନ୍ତି। ଏକ ଘର (ଭିକ୍ଟୋରିଆନ୍‌ ହାଉସ୍‌) ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛି। କ୍ରେନ୍‌ ଏବଂ ଟ୍ରକ ସାହାଯ୍ୟରେ ଏହି ଘରକୁ ଠେଲାଯିବା ସମୟରେ ଲୋକଙ୍କ ଭିଡ ଜମିବା ଆରମ୍ଭ ହୋଇଯାଇଥିଲା। ୧୩୯ ବର୍ଷର ଏହି ପୂରୁଣା ଭିକ୍ଟୋରିଆନ୍‌ ଘରକୁ ଉଠାଯାଇ ଫ୍ରାଙ୍କଲିନ ଷ୍ଟ୍ରିଟ୍‌ରୁ ଫୁଲଟନ୍‌ ଷ୍ଟ୍ରିଟ୍‌କୁ ସ୍ଥାନାନ୍ତରିତ କରାଯାଇଛି। ସେ ୬ଟି ବ୍ଲକ ଅତିକ୍ରମ କରିଥିବା ବେଳେ ଏଥିପାଇଁ ପ୍ରାୟ ୬ ଘଣ୍ଟା ସମୟ ଲାଗିଥିଲା। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ଏହାକୁ ଫିଲ୍ମର ଏକ ଦୃଶ୍ୟ ବୋଲି କହୁଥିବା ବେଳେ ଆଉ କେହଏକ ଭଲ ଭିଡିଓ ବୋଲି କହୁଛନ୍ତି।

Share